ଟ୍ରକ ଧକ୍କାରେ ଦମ୍ପତି ଙ୍କ ମୃତ୍ୟୁ
ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ଜଗତସିଂହପୁର : ଟ୍ରକ ଧକ୍କାରେ ସ୍ୱାମୀ ସ୍ତ୍ରୀ ଙ୍କ ମୃତ୍ୟୁ । ଆଜି ସକାଳୁ ଏକ ଦ୍ରୁତଗାମୀ ଟ୍ରକ ବାଇକ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବାବେଳେ ହସ୍ପିଟାଲରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା କଟକ ମାଛ ଗାଁ ରାସ୍ତା ଫକୀରପଡା ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।
ସୂଚନା ଅନୁସାରେ ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ନେଇ ବାଇକ ଯୋଗେ ଜଗତସିଂହପୁର ଅଭିମୁଖେ ଯାଉଥିବା ବେଳେ ଫକୀର ପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ।
ସେପଟେ, ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥ ଜୟନ୍ତପୁର ସ୍ଥିତ ଏକ ଢାବା ନିକଟରେ ଏକ ହାଇୱା ପଛରେ ଦ୍ରୁତ ଗତିରେ ଆସୁଥିବା ବାଇକ୍ ପଛପଟୁ ପିଟିହେବା ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ସଦର ହସ୍ପିଟାଲକୁ ପଠାଇ ବାଇକ ଓ ମୃତ ବ୍ୟକ୍ତିର ଶବ ଜବତ କରି ଘଟଣାର ତଦନ୍ତ କରୁଛନ୍ତି। ଓଡି ୧୫ଏଡି ୭୯୫୨ ନମ୍ବର ଥିବା ଏକ ୟାମା ସେ ଜୟନ୍ତପୁର ଦେଇ ସମ୍ବଲପୁର ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବାଇକରେ ଥିବା ୨ ଆରୋହୀଙ୍କ ସ୍ପଷ୍ଟ ପରିଚୟ ମିଳିନଥିଲେ ସୁଦ୍ଧା ପ୍ରାରମ୍ଭିକ ଭାବେ ମୃତ ବ୍ୟକ୍ତି ସମ୍ବଲପୁର ସହର ବୁଢାରଜାର ମଣ୍ଟୁ ବୋଲି ଜଣାପଡିଛି। ଦୁର୍ଘଟଣା ପରେ ହାଇୱା ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।




