ହୃଦଘାତରେ କର୍ପୋରେଟରଙ୍କ ପରଲୋକ
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (BMC)ର ୪ ନମ୍ବର ୱାର୍ଡର କର୍ପୋରେଟର ସୁକୁମାର ସାହୁଙ୍କର ହୃଦଘାତରେ ପରଲୋକ । ଆଜି ସକାଳ ୧୦ଟା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରି ସେ ତଳେ ପଡିଯାଇଥିଲେ । ଏହାପରେ ତାଙ୍କର ବାନ୍ତି ମଧ୍ୟ ହୋଇଥିଲା । ପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।
ସୁକୁମାର ସାହୁ ୨୦୨୨ରେ ବିଜେପି ଟିକେଟ୍ରେ ୪ ନମ୍ବର ୱାର୍ଡରୁ ଭୁବନେଶ୍ୱର ମହାନଗର ନିଗମକୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ସୁକୁମାରଙ୍କ ମୃତ୍ୟୁ ଖବର ଶୁଣି ଡେପୁଟି ମେୟର, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ଅନେକ କର୍ପୋରେଟର ହସ୍ପିଟାଲରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ସୁକୁମାର ସାହୁଙ୍କ ଅକାଳ ବିୟୋଗ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
Tags:




