ଖୁବ ଶୀଘ୍ର ନିଗମ ବୋର୍ଡ - ମନମୋହନ

ରାଜ୍ୟର ୨୯ଟି ଜିଲ୍ଲାରେ ଓକିଲ ନିଯୁକ୍ତି ଶେଷ ହୋଇଛି

ଖୁବ ଶୀଘ୍ର ନିଗମ ବୋର୍ଡ - ମନମୋହନ
Samaya Live News Picture
Published On

ଭୁବନେଶ୍ୱର : ଖୁବଶୀଘ୍ର ହେବ ନିଗମ ବୋର୍ଡ଼ ଘୋଷଣା । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଜୁନ ୧୨ ରେ  ସରକାର ପୂର୍ତ୍ତିର ଦୁଇ ବର୍ଷ ପୂର୍ବରୁ ବାକି ଥିବା ସମସ୍ତ ନିଯୁକ୍ତି ଶେଷ ହେବ ବୋଲି କହିଛନ୍ତି । ସେହିପରି ସେ କହିଛନ୍ତି ରାଜ୍ୟର ୨୯ଟି ଜିଲ୍ଲାରେ ଓକିଲ ନିଯୁକ୍ତି ଶେଷ ହୋଇଛି କେବଳ ଖୋର୍ଦ୍ଧା ଜିଲ୍ଲାରେ ବାକି ଅଛି । ତାହା ମଧ୍ୟ ଖୁବଶୀଘ୍ର ହୋଇଯିବ। ଏହାଛଡା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମ୍ପର୍କରେ ସେ କହିଛନ୍ତି ଯେତେବେଳେ ଲାଗିବ ସେତେବେଳେ ମନ୍ତ୍ରୀମଣ୍ଡଳ ସାମ୍ପ୍ରସାରଣ କରାଯିବ। ଏନେଇ କେନ୍ଦ୍ରର ନେତା ଏବଂ ଆମେ ବସି ଚିନ୍ତାକରିବୁ ।ସଂକଳ୍ପ ପତ୍ରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାର ୮୦ ପ୍ରତିଶତ କାମ କରି ସାରିଲୁଣି । ବାକି ଥିବା କାମ ଦୁଇ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

Tags: