ରାଜଧାନୀକୁ ଫେରିଲା କରୋନା ! ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଚିହ୍ନଟ ! ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ୫୦ ବର୍ଷୀୟ ସଂକ୍ରମିତ । ସମ୍ପୃକ୍ତ ଘରୋଇ ମେଡ଼ିକାଲ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ସଂକ୍ରମିତଙ୍କ ଘର ବରମୁଣ୍ଡା ଅଂଚଳରେ ବୋଲି ସୂଚନା ମିଳିଛି । ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ସୂଚନାନୁସାରେ, ଜୁଲାଇ ମାସରେ ନିକଟରେ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ଆନ୍ଧ୍ର ପ୍ରଦେଶରେ ୧୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ସଂକ୍ରମିତ ପ୍ରାଣ ହରାଇଥିଲେ । ଏହା ପରେ ସୀମାନ୍ତ ଜିଲ୍ଲା ଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଥିଲା । ଗଞ୍ଜାମ ଜିଲ୍ଲାରେ ମାତ୍ର ତିନି ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
Tags:




