କଟକ ଜିଲ୍ଲାପାଳଙ୍କୁ ସ୍ବାଧୀକାର ଭଙ୍ଗ ନୋଟିସ

ଜିଲ୍ଲାପାଳ ପ୍ରଟୋକଲ ମାନୁନାହାନ୍ତି - ଦେବାଶିଷ

କଟକ ଜିଲ୍ଲାପାଳଙ୍କୁ ସ୍ବାଧୀକାର ଭଙ୍ଗ ନୋଟିସ
Samaya Live News Picture
Published On

କଟକ : କଟକ ଜିଲ୍ଲାପାଳଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ନୋଟିସ ଜାରି । ରାଜ୍ୟସଭା ସଚିବାଳୟ ପକ୍ଷରୁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସିନ୍ଦେଙ୍କ ବିରୋଧରେ ସ୍ଵାଧିକାର ଭଙ୍ଗ ନୋଟିସ୍ ଜାରି କରାଯାଇଛି। ଏହି ଅଭିଯୋଗ ଆଣିଥିଲେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ତେବେ ଏନେଇ କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସୂଚନାନୁସାରେ,ଗତ ଜାନୁଆରି ୨୩ ତାରିଖରେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ତାଙ୍କ  ବାସଭବନରେ ନେତାଜୀ ଜୟନ୍ତୀ ପାଳନ କରାଯାଇଥିଲା। ଏହା ଏକ ସରକାରୀ କାର୍ଯ୍ୟକ୍ରମ ଥିଲା। ଏହି କାର୍ଯ୍ୟକ୍ରମରେ ଖୋଦ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସମସ୍ତ ସ୍ଥାନୀୟ ଜନପ୍ରତିନିଧି ଓ ଲୋକସଭା ସାଂସଦଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା । କିନ୍ତୁ ଦେବାଶିଷ ସାମନ୍ତରାୟ ସ୍ଥାନୀୟ ବାସିନ୍ଦା ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ତାଙ୍କୁ ନିମନ୍ତ୍ରଣ କରିନଥିଲା । କିନ୍ତୁ ରାତିରେ ଦେବାଶିଷଙ୍କ ଅଫିସକୁ ଇ.ମେଲ ଆସିଥିଲା ଏବଂ ସକାଳେ କାର୍ଯ୍ୟକ୍ରମ ଥିଲା । କିନ୍ତୁ ନିମନ୍ତ୍ରଣ ପତ୍ରରେ ତାଙ୍କ ନାଁ ନଥିବା କହିଛନ୍ତି ଦେବାଶିଷ । ସେ କହିଛନ୍ତି ପୂର୍ବରୁ ପ୍ରଟୋକଲ ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟକୁ ତାଙ୍କୁ ନିମନ୍ତ୍ରଣ କରାଯାଉଥିଲା । କିନ୍ତୁ ଏବେ କାହିଁକି ଏଭଳି ହେଲା ମୁଁ ଜାଣିନାହିଁ । ଏହା ଦ୍ଵାରା ତାଙ୍କର ସ୍ଵାଧିକାର ଉଲ୍ଲଂଘନ ହୋଇଛି ବୋଲି ଗତ ୩ ତାରିଖରେ ରାଜ୍ୟସଭାରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ । ଏହାକୁ ନେଇ ରାଜ୍ୟସଭା ସେକ୍ରେଟାରିଏଟ୍ ପକ୍ଷରୁ ଆକ୍ସନ ନେବାକୁ ଡିପାର୍ଟମେଣ୍ଟ ଅଫ୍ ପର୍ସନେଲ ଆଣ୍ଡ ଟ୍ରେନିଂ ବିଭାଗକୁ ୧୧ ତାରିଖରେ ନିର୍ଦ୍ଦେଶ ଦିଆଯାଇଛି ।

Tags: