ସରିଲା ଖାତାଦେଖା ,ମେ' ରେ ବାହାରିବ ମାଟ୍ରିକ୍ ରେଜଲ୍ଟ

ସରିଲା ଖାତାଦେଖା ,ମେ' ରେ ବାହାରିବ ମାଟ୍ରିକ୍ ରେଜଲ୍ଟ
Samaya Live News Picture
Published On

ଭୁବନେଶ୍ୱର : ଆଜି ସରିବ ମାଟ୍ରିକ୍ ପରୀକ୍ଷା ଖାତା ଦେଖା । ମେ' ପ୍ରଥମ କିମ୍ବା ୨ୟ ସପ୍ତାହରେ ବାହାରିବ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ । ସେ କହିଛନ୍ତି କି, ରେଜଲ୍ଟ ବାହାରିବା ପରେ ସଙ୍ଗେ ସଙ୍ଗେ ଅନ୍ଲାଇନରେ ସାର୍ଟିଫିକେଟ୍ ମିଳିବ । ମାଟ୍ରିକ୍ ସହ ଆରମ୍ଭ ହୋଇଥିବା ଏସ୍ଓଏସି ଓ ମଧ୍ୟମା ଖାତା ଦେଖା ଇତି ମଧ୍ୟରେ ଶେଷ ହୋଇସାରିଥିବାର ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଯାହାଙ୍କର ପେପର୍ ଖରାପ ଥିବ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ । 

ମାର୍ଚ୍ଚ ୧୯ରୁ ଏହି ମୂଲ୍ୟାୟନ ପ୍ରକ୍ରିୟା ରାଜ୍ୟର ୩୦ଟି ଯାକ ଜିଲ୍ଲାର ୫୦ଟି ମୂଲ୍ୟାୟନ କେନ୍ଦ୍ରରେ ଚାଲିଆସୁଛି । ରାଜ୍ୟର ୫୧ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୫ ହଜାର ଶିକ୍ଷକ ଖାତା ଦେଖାଯାଇଥିଲା। ଏଥିପାଇଁ ସବୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ବୋର୍ଡ କର୍ତ୍ତୃପକ୍ଷ ଚିଠି ଲେଖିଯାଇଥିଲା। ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆଜି ମାଟ୍ରିକ୍ ପରୀକ୍ଷାର ଖାତା ସରିବ ବୋଲି କହିଛନ୍ତି ବୋର୍ଡ ସଭାପତି।

ଚଳିତବର୍ଷ ରାଜ୍ୟର ୫ ଲକ୍ଷ ୬୨ ହଜାର ୬୧୨ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ। ଏଥିପାଇଁ ବୋର୍ଡ ଦ୍ବାରା ମୋଟ ୩, ୦୮୨ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଗତ ଫେବୃଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷ ହୋଇଥିଲା। 

 

Tags: