ମଣ୍ଡି ଅବ୍ୟବସ୍ଥାରୁ ଚାଷୀଙ୍କ ମୃତ୍ୟୁ,ଅସ୍ବୀକାର କଲେ ସମବାୟ ମନ୍ତ୍ରୀ

ମଣ୍ଡି ଅବ୍ୟବସ୍ଥାରୁ ଚାଷୀଙ୍କ ମୃତ୍ୟୁ,ଅସ୍ବୀକାର କଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର : ଧାନ ପାଇଁ ରାଜନଗରର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଘଟଣା । ଘଟଣାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପ୍ରତିକ୍ରିୟା । ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ତାଙ୍କ ମୃତ୍ୟୁ ହୋଇନି । ଅନ୍ୟ ରୋଗ ଯୋଗୁଁ ତାଙ୍କ ଦେହାନ୍ତ ହୋଇଥିବା ସେ କହିଛନ୍ତି । ବୟସ ହେଲାଣି ତେଣୁ ଘରକୁ ପହଂଚି ହୃଦଘାତ ହୋଇଥିବ । ଲୋକେ ଅନେକ କଥା କହିବେ । ହେଲେ ମଣ୍ଡିରେ ଅପେକ୍ଷା କରି କେହି ମରନ୍ତି ନାହିଁ । ସମବାୟ ବିଭାଗ ତଦନ୍ତ କରୁଛି । ସ୍ଥାନ ନଥିବାରୁ ଧୀରେ ଧୀରେ ଧାନ ଉଠୁଥିଲା । ୩ ଦିନ ତଳୁ ଧାନ ସ୍ୱାଭାବିକ ଭାବେ ଉଠୁଛି । ସେପଟେ ମନ୍ତ୍ରୀଙ୍କ ଏପରି ବୟନକୁ ନିନ୍ଦା କରିଛି କଂଗ୍ରେସ । ମନ୍ତ୍ରୀ ମିଛ କହୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ । ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦାବି କରୁଛି ।

ସମ୍ବନ୍ଧିତ ଖବର ଗୃହରେ ଅଚଳାବସ୍ଥା ଜାରି,୧୧.୩୦ ଯାଏଁ ମୁଲତବୀ

ଅଭିଯୋଗ ଅନୁସାରେ, ଜାନୁୟାରୀ ୧୬ରେ ଧାନ ଦେବାକୁ ମେସେଜ୍ ଆସିଥିବାବେଳେ ଦୀର୍ଘ ୪୦ଦିନ ଧରି ଦୌଡ଼ି ଦୌଡ଼ି ନିରାଶ ହୋଇ ତ୍ରିଲୋଚନ ପ୍ରାଣ ହରାଇଛନ୍ତି । ମଣ୍ଡି ବଦଳରେ ମିଲ୍‌କୁ  ଧାନ ନେଇଯିବାକୁ ପ୍ୟାକ୍ସ ସମ୍ପାଦକ କହିଥିବାବେଳେ ରାମଚଣ୍ଡୀ ମିଲ୍କୁ ଧାନ ନେଇଯାଇଥିଲେ ତ୍ରିଲୋଚନ । 

ସମ୍ବନ୍ଧିତ ଖବର ୧୬ଟି ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Tags: