ରାଜଧାନୀରେ ହୋଇପାରୁନାହିଁ ରନ୍ଧନ ଗ୍ୟାସ ବୁକିଂ

ରାଜଧାନୀରେ ହୋଇପାରୁନାହିଁ ରନ୍ଧନ ଗ୍ୟାସ ବୁକିଂ

ଭୁବନେଶ୍ୱର : ଗ୍ୟାସ ପାଇଁ ହାହାକାର । ଗ୍ୟାସ ବୁକିଂ ପାଇଁ ବୁକିଂ ପିରିଅଡକୁ ୨୫ ଦିନ ଯାଏଁ ବୃଦ୍ଧି କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ୟାସ ଟେନସନ । ଭୁବନେଶ୍ୱରରେ ହୋଇପାରୁନାହିଁ ଗ୍ୟାସ ବୁକିଂ । ହୋମ ଡେଲିଭରି ବନ୍ଦ ଅଭିଯୋଗ । LPG ସିଲିଣ୍ଡର ବୁକିଂ ପାଇଁ ରାତିରୁ ଲାଗିଛି ଲମ୍ବା ଲାଇନ । ଲିଙ୍ଗରାଜ ଗ୍ୟାସ ଏଜେନ୍ସି ସାମ୍ନାରେ ଗ୍ୟାସ ଖାତା ଜମା ରଖି ଲାଇନ ରେ ବସିଛନ୍ତି ଗ୍ରାହକ । ୨୦-୨୫ ଦିନ ତଳୁ ଗ୍ୟାସ ବୁକିଂ ହୋଇଥିଲେ ମଧ୍ୟ ଏଯାଏଁ ଗ୍ୟାସ ମିଳିନଥିବା କହିଛନ୍ତି ଗ୍ରାହକ I ଗ୍ୟାସ ଟେନସନ କୁ ନେଇ ରିଫାଇନାରିକୁ ଅଧିକ LPG ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଲା ପେଟ୍ରୋଲିୟମ ମନ୍ତ୍ରଣାଳୟ  । ସେହିପରି ଶିଳ୍ପ ଓ ହୋଟେଲ୍କୁ ସିଲିଣ୍ଡର ଯୋଗାଣ ନେଇ ସମୀକ୍ଷା କରାଯାଉଛି ।

ସମ୍ବନ୍ଧିତ ଖବର ଦୋଳ ପୂର୍ଣ୍ଣିମା

ସେପଟେ LPG ସିଲିଣ୍ଡର୍‌ ବୁକିଂ ଅବଧି ବୃଦ୍ଧି ହୋଇଛି। ଏଣିକି ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ କରିପାରିବେ। ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା। ବୁକିଂ ଅବଧିକୁ ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି। କଳାବଜାରୀ ରୋକିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।

ସମ୍ବନ୍ଧିତ ଖବର କଂଗ୍ରେସ ସହ ହୋଇଛି ସାମୟିକ ଡ଼ିଲ - ସଂତୃପ୍ତ ମିଶ୍ର

ସୂଚନାନୁସାରେ ,ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଶନିବାର ବୃଦ୍ଧି ପାଇଛି । ସାରା ଦେଶରେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ଆଜି ଠାରୁ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବୃଦ୍ଧି କରାଯାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସରକାରଙ୍କୁ ଦେଶରେ ଏଲ୍‌ପିଜି ଅଭାବ ଚିନ୍ତା ଘାରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜରୁରିକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍‌ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର ଦୋକାନ ଉପରକୁ ମାଡ଼ି ଗଲା ଯାତ୍ରୀଵାହୀ ବସ

Tags: