ଏକାକୀ ଲଢ଼ିବ କଂଗ୍ରେସ - ଭକ୍ତ
ଭୁବନେଶ୍ୱର : ହୋଇପାରିଲା ନାହିଁ ବିଜେଡି - କଂଗ୍ରେସ ମେଣ୍ଟ । ଆସନ୍ତା ପଂଚାୟତ ନିର୍ବାଚନ ଏକାକୀ ଲଢ଼ିବ କଂଗ୍ରେସ । ବିଜୁ ଜନତା ଦଳ (ବିଜେଡି) ସହ କୌଣସି ମିଳିତ ମେଣ୍ଟ ହେବ ନାହିଁ । ଓଡ଼ିଶାରେ ଆସନ୍ତା ପଞ୍ଚାୟତ ନିର୍ବାଚନକୁ କଂଗ୍ରେସ ଦଳ ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତିପିସିସି ସଭାପତି ଭକ୍ତ ଚରଣ ଦାସ ।
ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ (ପିସିସି ସଭାପତି)ଭକ୍ତ ଚରଣ ଦାସ କହିଛନ୍ତି, ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜେଡି ସହିତ ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । କିନ୍ତୁ ଦଳ ଭିତରେ ମେଣ୍ଟ ପ୍ରସଙ୍ଗ ନେଇ ଅନେକଙ୍କ ମନରେ ଅସନ୍ତୋଷ ରହିଛି । ତେଣୁ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖି ପିସିସି ସଭାପତି ନିଜ ନିଷ୍ପତ୍ତିରୁ ଓହରିଛନ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନ, ମ୍ୟୁନିସିପାଲିଟି ନିର୍ବାଚନରେ ଏକା ଲଢିବ କଂଗ୍ରେସ । ନିଜ ଦମ୍ରେ ଲଢିବ ବୋଲି ପିସିସି ସଭାପତି କହିଛନ୍ତି ।
ଏପଟେ ବିଜୁ ଜନତା ଦଳ ମଧ୍ୟ କହିଛି ଯେ ସେମାନେ ମଧ୍ୟ ଏକାକୀ ଭାବେ ନିର୍ବାଚନ ଲଢ଼ିବେ। ଦୁଇ ଦଳ ମଧ୍ୟରେ ମିଳିତ ମେଣ୍ଟକୁ ନେଇ ଯାହା ଚର୍ଚ୍ଚା ହେଉଥିଲା, ସେଥିରେ ଏବେ ପୂର୍ଣ୍ଣଛେଦ ପଡିଛି।
ପୂର୍ବରୁ କଂଗ୍ରେସ ମୁଖିଆ କହିଥିଲେ, ଆମେ ମେଣ୍ଟ ପାଇଁ ଆମେ ପ୍ରସ୍ତୁତ ଅଛୁ । କିନ୍ତୁ ଦଳ ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ । ଏ କଥାକୁ କିଛି ବିତିବା ପରେ ହଠାତ କଂଗ୍ରେସର ମନପରିବର୍ତ୍ତନ ହେଇଗଲା । ଏବେ ପିସିସି ସଭାପତି ଭକ୍ତଚରଣ ଦାସ କହୁଛନ୍ତି କି, ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଏକା ଲଢିବ ।ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ ଘଟଣା ପରେ ଦୁଇ ଦଳ ଭିତରେ ସମ୍ପର୍କ ଖରାପ ହୋଇଥିବା କୁହାଯାଉଛି। ଏହା ପରେ କଂଗ୍ରେସ ଏବେ ଏକାକୀ ଲଢ଼ିବାକୁ ନିଷ୍ପତି ନେଇଛି।



