ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ଘଟଣାରେ କଂଗ୍ରେସର ତୀବ୍ର ସମାଲୋଚନା
ଭୁବନେଶ୍ୱର : ଟ୍ୱିନସିଟି ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ସ୍ଥଗିତକୁ ନେଇ ତୀବ୍ର ସମାଲୋଚନା କରିଛି କଂଗ୍ରେସ ।ସାମ୍ବାଦିକ ସମ୍ମିଳନୀ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ରେଳମନ୍ତ୍ରୀଙ୍କୁ ଉତ୍ତର ମାଗିଛି ଯୁବ କଂଗ୍ରେସ । ଏହାସହ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛି । ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ୟାସିର ନୱାଜ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଯେତେବେଳେ ନିର୍ବାଚନ ଆସେ ସରକାର ବିଭିନ୍ନ ପ୍ରକାରର ସରକାର ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ନିର୍ବାଚନ ସରିବା ପରେ ସେସବୁ ଦୂରେଇ ଦିଅନ୍ତି । ପୂର୍ବ ସରକାର ନିର୍ବାଚନ ପୂର୍ବରୁ ମେଟ୍ରୋର ଆବଶ୍ୟକତା ଥିବା କଥା କହି ପ୍ରକଳ୍ପ ଆରମ୍ଭ କରିଥିଲେ। ଏଥିପାଇଁ କେନ୍ଦ୍ରୀୟ ମେଟ୍ରୋ ସଂସ୍ଥା ମଧ୍ୟ ସର୍ଭେ କରିଥିଲେ । ଜନତାଙ୍କ ଶହ ଶହ କୋଟି ଟିକସ ପଇସାରେ ମେଟ୍ରୋରେ ନିୟୋଜିତ ହେଲା । କିନ୍ତୁ ବିଜେପି ସରକାରକୁ ଆସିବା ପରେ କହିଲା ଆବଶ୍ୟକ ନାହିଁ । ବାରମ୍ବାର ଦାବି ସତ୍ତ୍ୱେ ମଧ୍ୟ ସରକାର ବୈମାତୃକ ମନୋଭାବ ଦେଖାଉଥିବା ସେ କହିଛନ୍ତି। ଘଟଣାର ପୁନର୍ବିଚାର ୭ଦିନରେ କରିବା ସହ ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ୟାସିର ।



