ବିଜେପି ବିରୋଧରେ କଂଗ୍ରେସର ଯୁଦ୍ଧଙ୍ଗ ଦେହି ଡାକରା
ଭୁବନେଶ୍ୱର : ରାଜଧାନୀରେ କଂଗ୍ରେସର ବିଶାଳ ବିକ୍ଷୋଭ । ନେସନାଲ ହେରାଲ୍ଡ ମାମଲାରେ ତାତିଲା କଂଗ୍ରେସ । ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରସ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ଉପୁଜିଥିଲା । ଦିଲ୍ଲୀ ଅଦାଲତ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଇଡିର ମନି ଲଣ୍ଡରିଂ ଅଭିଯୋଗର ବିଚାର କରିବାକୁ ମନା କରିବା ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ଆଜି ଏନେଇ ପିସିସି ସଭାପତିଙ୍କ ନେତୃତ୍ୱରେ ଭୁବନେଶ୍ୱରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ସଭାପତି ଭକ୍ତ ଦାସ କହିଛନ୍ତି ସୋନିଆ ଏବଂ ରାହୁଲଙ୍କୁ ଜାଣିଶୁଣି ବାରମ୍ବାର ଘଣ୍ଟା ଘଣ୍ଟା ଧରି ଜେରା କରିବା ସହ ଖରାପ ବ୍ୟବହାର କରିବା ଅଭିଯୋଗରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟର୍ଗେଟ କରିଛନ୍ତି । ୧୨ ବର୍ଷ ଧରି ସମ୍ବିଧାନର ଅପବ୍ୟବହାର କରିଛି ବିଜେପି ଏହା ସହ ବିଜେପି ଗଣତନ୍ତ୍ର ର ହତ୍ୟା କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ I
କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିବା ସହ ବିଜେପି ଅଫିସ ଘେରାଉ କରିବା ପାଇଁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଛି । ସମ୍ବିଧାନର ହତ୍ୟା, ଗଣତନ୍ତ୍ର ହତ୍ୟା କରିବା ସହ ଇଡ଼ି, ସିବିଆଇ ଓ ନିର୍ବାଚନକୁ ହାତରେ କାମ କରୁଥିବା ବିଜେପି ସରକାରଙ୍କ ଠାରୁ ଜବାବ ମାଗିଛନ୍ତି । ରାହୁଲ ଓ ସୋନିଆଙ୍କ ଫସାଇବାକୁ ଚେଷ୍ଟା କରାଯାଉଛି, ସତ୍ୟର ଜୟ ହୋଇଛି ଏବଂ ବିଜେପିର ମୁଖା ଖୋଲିଛି ବୋଲି କଂଗ୍ରେସ କର୍ମୀ କହିଛନ୍ତି । ଆନ୍ଦୋଳନରେ କଂଗ୍ରେସର ବହୁ ବରିଷ୍ଠ ନେତା ମାନେ ଯୋଗ ଦେଇଛନ୍ତି I




