କଂଗ୍ରେସରେ ଅଛି ,ରହିବି - ସୋଫିଆ
କଟକ : କଂଗ୍ରେସ ସହ ଅଛି, ରହିବି । କଂଗ୍ରେସରେ ରହି କାର୍ଯ୍ୟ ଜାରି ରଖିବି ବୋଲି କହିଛନ୍ତି ଫିର୍ଦ୍ଦୋସ। ପୂର୍ବତନ ବାରବାଟୀ କଂଗ୍ରେସ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଝିଅ ତଥା ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ତେବେ ସେ ବାପାଙ୍କ ସହ ରହିବା କଥାକୁ ଏଡାଇ ଯାଇଥିଲେ ।
ସେପଟେ,ମୋକିମଙ୍କୁ ବହିଷ୍କାର ପରେ କଟକ ନଗର କଂଗ୍ରେସ ସଂଗଠକଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତକାଲି ପୁରୀଘାଟ ଅଞ୍ଚଳରେ ବାରବାଟୀ କଟକ ବିଧାନସଭା କ୍ଷେତ୍ରର କଂଗ୍ରେସ ତୁଙ୍ଗ ନେତାଙ୍କ ସମେତ ନଗର କଂଗ୍ରେସର ୧ ନମ୍ବର ୱାର୍ଡରୁ ୫୯ ନମ୍ବର ୱାର୍ଡ ଯାଏ ବିଭିନ୍ନ ୱାର୍ଡର ଦଳୀୟ ଛାମୁଆ ନେତା,ସଂଗଠକ ଓ ଆଗଧାଡ଼ିର କର୍ମୀ ଏକାଠି ହୋଇଥିଲେ । କିନ୍ତୁ ଏହି ସମୟରେ ମୋକିମ୍ କିମ୍ବା ତାଙ୍କ ଝିଅ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ ବୈଠକରେ ଉପସ୍ଥିତ ନଥିଲେ ।
ଅନ୍ୟପଟେ,କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରାଯିବା ପରେ ଦଳ ଭିତରେ ହଲଚଲ ସୃଷ୍ଟି ହୋଇଛି । ମୋକିମଙ୍କ ବିରୋଧରେ ଯାହା ପଦକ୍ଷେପ ନିଆଯାଇଛି, ତାହା ଅତି କଠୋର ବୋଲି ଅନେକ ବରିଷ୍ଠ ନେତା କହୁଛନ୍ତି ।




