ଦିବଙ୍ଗତ ସାମ୍ବାଦିକାଙ୍କ ଆତ୍ମୀୟଙ୍କ ପାଇଁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ପ୍ରଦାନ

ଦିବଙ୍ଗତ ସାମ୍ବାଦିକାଙ୍କ ଆତ୍ମୀୟଙ୍କ ପାଇଁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ପ୍ରଦାନ

ଭୁବନେଶ୍ୱର: ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁ ଘଟଣାରେ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। 

ସମ୍ବନ୍ଧିତ ଖବର ନକ୍ସଲ ମୁକ୍ତ ହେଉଛି ଓଡିଶା - ମୁଖ୍ୟମନ୍ତ୍ରୀ

ଏନେଇ ସିଏମ୍ଓ ଏକ୍ସ ପକ୍ଷରୁ ଲେଖାଯାଇଛି କି ,''ବୈଦ୍ୟୁତିକ ଗଣମାଧ୍ୟମ ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଦୁର୍ଘଟଣା ଜନିତ ପ୍ରାଣହାନି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଥିଲା। ନିଚ୍ଛକ ସମ୍ବାଦ ପରିବେଷଣ ଏବଂ ଦାୟିତ୍ବସମ୍ପନ୍ନ ସାମ୍ବାଦିକା ଭାବେ ତାଙ୍କ ଅବଦାନ ପ୍ରତି ସମ୍ମାନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ,ଡ୍ରାଇଭର ମୃତ ୧୦ ଆହତ

ସୂଚନାନୁସାରେ,ଜାନୁୟାରୀ ୬ ତାରିଖରେ ପିପିଲି ମଙ୍ଗଳପୁର ନିକଟରେ ବସ୍ ଧକ୍କାରେ ଶିଲା ପଟ୍ଟନାୟକଙ୍କ ସହିତ ତାଙ୍କ ସହଯାତ୍ରୀ ଅନ୍ୟ ଜଣେ ମହିଳାଙ୍କୁ ମୃତ୍ୟୁ ହୋଇଥିଲା। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଅନ୍ୟ ମନ୍ତ୍ରୀ ମାନେ ଶୋକ ପ୍ରକାଶ କରିଥିଲେ। ଶୀଲା ଏବଂ ଅନ୍ୟ ଜଣେ ମହିଳା ସିପିକା ପ୍ରିୟଦର୍ଶିନୀ ଏକ ସ୍କୁଟରରେ ଯାଉଥିବା ବେଳେ ରାସ୍ତାରେ ପଡ଼ିଥିବା ବାଲିରେ ନିୟନ୍ତ୍ରଣ ହରାଇବାରୁ ସ୍କୁଟି ସହ ପଡ଼ି ଯାଇଥିଲେ। ସେହି ସମୟରେ ପଛପଟୁ ଆସୁଥିବା ଏକ ବସ୍ ସେମାନଙ୍କ ଉପରେ ଚଢି ଯାଇଥିଲା। ଏହି ଘଟଣା ପରେ ରାଜପଥରେ ପଡିଥିବା ବାଲିକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର ଭିଜିଲାନ୍ସ ଜାଲରେ ଅନୁଗୋଳ ହସ୍ପିଟାଲର କନିଷ୍ଠ ସହାୟକ

Tags: