ନିର୍ବାଚନୀ ହିଂସା ଏଡାଇବାକୁ କମିଶନରେଟ ପୋଲିସର ଅଭିଯାନ
ଭୁବନେଶ୍ୱର: ଫେବୃଆରୀ ୦୯: ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ। ଚାରିଆଡେ ସରଗରମ ହେଲାଣି ରାଜନୀତି। ରାଜଧାନୀ ଉପକଣ୍ଠରେ ନିର୍ବାଚନୀ ହାୱା ବୋହିଲାଣି। ପୂର୍ବ ରେକର୍ଡକୁ ଦେଖିଲେ ନିର୍ବଚନୀ ହିଂସାକୁ ଏଡାଇ ଦିଆଯାଇନପାରେ। ଉପକଣ୍ଠରେ ଉପୁଜୁଥିବା ପ୍ରାକ୍ ରାଜନୈତିକ ହିଂସା କମିଶନରେଟ୍ ପୁଲିସକୁ ଅକଳରେ ପକାଇଥାଏ। କେତେକ ସ୍ଥାନରେ ଛୋଟ ଘଟଣାକୁ ନେଇ ବୋମାମାଡ ଠାରୁ ନେଇ ହତ୍ୟାକାଣ୍ଡ ଭଳି ଘଟଣା ମଧ୍ୟ ବିଗତ ଦିନରେ ନଜିର ରହିଛି। ଯାହାକୁ ଦମନ କରିବା ପାଇଁ ପଣ ନେଇଛି ପୁଲିସ। […]
ଭୁବନେଶ୍ୱର: ଫେବୃଆରୀ ୦୯: ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ। ଚାରିଆଡେ ସରଗରମ ହେଲାଣି ରାଜନୀତି। ରାଜଧାନୀ ଉପକଣ୍ଠରେ ନିର୍ବାଚନୀ ହାୱା ବୋହିଲାଣି। ପୂର୍ବ ରେକର୍ଡକୁ ଦେଖିଲେ ନିର୍ବଚନୀ ହିଂସାକୁ ଏଡାଇ ଦିଆଯାଇନପାରେ। ଉପକଣ୍ଠରେ ଉପୁଜୁଥିବା ପ୍ରାକ୍ ରାଜନୈତିକ ହିଂସା କମିଶନରେଟ୍ ପୁଲିସକୁ ଅକଳରେ ପକାଇଥାଏ। କେତେକ ସ୍ଥାନରେ ଛୋଟ ଘଟଣାକୁ ନେଇ ବୋମାମାଡ ଠାରୁ ନେଇ ହତ୍ୟାକାଣ୍ଡ ଭଳି ଘଟଣା ମଧ୍ୟ ବିଗତ ଦିନରେ ନଜିର ରହିଛି। ଯାହାକୁ ଦମନ କରିବା ପାଇଁ ପଣ ନେଇଛି ପୁଲିସ। ଏନେଇ କମିଶନରେଟ୍ ପୁଲିସ ଆକ୍ସନ ପ୍ଲାନ ବନାଇଛି। ଅବାଧ ଓ ହିଂସାମୁକ୍ତ ନିର୍ବାଚନ ପାଇଁ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।
ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୁଲିସ ଡିସିପି ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ ବୈଠକ ଆୟୋଜିତ ହୋଇଥିଲା। ଭୁବନେଶ୍ୱର ୟୁପିଡିର ବିଭିନ୍ନ ଥାନା ଅଧୀନରେ ଆସୁଥିବା ୬୮ ପଞ୍ଚାୟତକୁ ନେଇ ଆଲୋଚନା ହୋଇଥିଲା। ସେଠାକାର ଜୋନ୍ ଏସିପି ଓ ଥାନା ଅଧିକାରୀମାନଙ୍କ ସହ ବିଚାରବିମର୍ଶ କରାଯାଇଥିଲା। କେଉଁ ଅଞ୍ଚଳରେ ଉତ୍ତେଜନାପୂର୍ଣ ପଞ୍ଚାୟତ ରହିଛି। ପୂର୍ବ ନିର୍ବାଚନରେ କେଉଁ ପଞ୍ଚାୟତରେ ହିଂସା ଘଟିଥିଲା, ପ୍ରାର୍ଥୀମାନଙ୍କ ମଧ୍ୟରେ ଛକାପrା ଲାଗି ରହିଛି କି ନାହିଁ । ଡିସିପି ଶ୍ରୀ ଦାଶ ଏସବୁ ଦିଗକୁ ଫୋକସ କରିଥିଲେ। ଯଦି କୌଣସି ପଞ୍ଚାୟତରେ ଏଭଳି ପରିସ୍ଥିତି ଦେଖାଯାଏ ତେବେ ସେଥିପ୍ରତି ପୁଲିସ କଠୋର ପଦକ୍ଷେପ ନେବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଦାଶ କହିଛନ୍ତି, ପଞ୍ଚାୟତରେ ପ୍ରାର୍ଥୀ ପ୍ରଚାର ଓ ନିର୍ବାଚନୀ ସଭାକୁ ନେଇ ମାହୋଲ ଜମିଲାଣି।
ଜୋନାଲ ଏସିପିି ଓ ସ୍ଥାନୀୟ ଆଇଆଇସିଙ୍କୁ ସ୍ୱତନ୍ତ୍ରୀ ଦାୟିତ୍ୱ ବଣ୍ଟାଯାଇଛି। ନିର୍ବାଚନ ପୂର୍ବରୁ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କ ଉପରେ ତୀକ୍ଷ୍ନ ନଜର ରହିଛି। ଏପରିକି କିଛି ପେସାଦାର ଅପରାଧୀଙ୍କୁ ସିଆରପିସି ୧୧୦ ଦଫା ଲଗାଇ ପୁଲିସ ଆଗୁଆ ଜେଲ ପଠାଉଛି। ଅଧିକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉଛି। ଉତ୍ତେଜନାପ୍ରବଣ ବୁଥ୍ ଓ ପଞ୍ଚାୟତଗୁଡୁକୁ ଅଧିକ ଫୋକସ କରାଯାଉଛି। ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ।




