କମିସନରେଟ୍ ପୋଲିସର ୬ ଆଇଆଇସିଙ୍କୁ ବଦଳି
By: Samaya Live News
ଭୁବନେଶ୍ୱର : କମିସନରେଟ୍ ପୋଲିସ ପକ୍ଷରୁ ୬ ଆଇଆଇସିଙ୍କୁ ବଦଳି କରାଯାଇଛି । ଖାଲି ପଦବୀ, ପ୍ରଶାସନିକ ଆବଶ୍ୟକତା ଏବଂ ସାଧାରଣ ସେବାର ସ୍ୱାର୍ଥକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଏହି ବଦଳି କରାଯାଇଛି । ବଦଳି ହୋଇଥିବା କର୍ମଚାରୀ-
ସମ୍ବନ୍ଧିତ ଖବର ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପିଜି ଛାତ୍ରଙ୍କ ଆତ୍ମହତ୍ୟା
ଭୁବନେଶ୍ୱର ହେଡକ୍ବାଟରରୁ ବଦଳି ହୋଇ ଏୟାରଫିଲ୍ଡ ଥାନାକୁ ଗଲେ ଦୀପିକା ଦେବୀ ରାୟ। କଟକ ମହିଳା ପୋଲିସ୍ ଷ୍ଟେସନରୁ ନନ୍ଦନକାନନ ଥାନାକୁ ବଦଳି ହୋଇଛନ୍ତି ଇନ୍ସପେକ୍ଟର ବିଉଟି ମହାନ୍ତି। ପୂର୍ବରୁ ନନ୍ଦନ କାନନ ଥାନାରେ କାର୍ଯ୍ୟରତ ଥିବା ଇନ୍ସପେକ୍ଟର ଦୟାନୀଧି ମହାନ୍ତି ମଞ୍ଚେଶ୍ୱର ପୋଲିସ୍ ଷ୍ଟେସନକୁ ବଦଳି ହୋଇଛନ୍ତି।
ସମ୍ବନ୍ଧିତ ଖବର ମିଡ଼- ଡ଼େ ଅପରେସନ ବି ଫେଲ - ଲେନିନ ମହାନ୍ତି
ସେହିପରି ଇନ୍ସପେକ୍ଟର ତେରେସ୍କୋଭା ମହାପାତ୍ର କଟକ ମହିଳା ଥାନାକୁ ବଦଳି ହୋଇଛନ୍ତି। ଇନ୍ସପେକ୍ଟର ଓମ ପ୍ରକାଶ ମହାନ୍ତି ଭୁବନେଶ୍ୱର ସହରାଞ୍ଚଳ ଦାୟିତ୍ୱ ନେଇଛନ୍ତି। କମିସନରେଟ୍ ପୋଲିସ ହେଡକ୍ବାଟରରେ କାର୍ଯ୍ୟରତ ଇନ୍ସପେକ୍ଟର ହେମନ୍ତ କୁମାର ସେଠୀଙ୍କୁ କଟକ ୪୨ ମୌଜା ସହରାଞ୍ଚଳ ଥାନାକୁ ବଦଳି କରାଯାଇଛି।
ସମ୍ବନ୍ଧିତ ଖବର ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି
Tags:



