ଆମବସରେ ଯାତ୍ରା କରି ସ୍ଥିତି ପରଖିଲେ କମିଶନର

ଆମବସରେ ଯାତ୍ରା କରି ସ୍ଥିତି ପରଖିଲେ କମିଶନର

ଭୁବନେଶ୍ୱର : ବାରମ୍ବାର ଆମ ବସ୍ ଦୁର୍ଘଟଣା ଯୋଗୁଁ ତତ୍ପରତା ପ୍ରକାଶ କରିଛି ପରିବହନ ବିଭାଗ । ଗାଡି ଚାଳକଙ୍କ ବେପରୁୱା ଚାଳନା ଯୋଗୁଁ ଅକାଳରେ ଜୀବନହାନୀ ଘଟୁଛି । ଯାହାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏହାକୁ ନେଇ ଆକ୍ସନ ମୋଡ଼କୁ ଆସିଛି ପରିବହନ ବିଭାଗ । ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି କଟକରେ ଆମ ବସରେ ଯାତ୍ରାକରି ସ୍ଥିତି ପରଖିଛନ୍ତି ପରିବହନ କମିଶନର ଅମିତାଭ ଠାକୁର ।

ସମ୍ବନ୍ଧିତ ଖବର ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ବରିଷ୍ଠ ନେତାଙ୍କ ମେଳି

ଆଜି ସେ ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ । ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ବସରେ ଯାତ୍ରା କରୁଥିବା ସମୟରେ ବରିଷ୍ଠ ନାଗରିକ କେଉଁ ପ୍ରକାର ସମସ୍ୟାର ସାମ୍ନା କରୁଛନ୍ତି ସେନେଇ ମଧ୍ୟ ପଚାରି ବୁଝିଛନ୍ତି । ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି ।

ସମ୍ବନ୍ଧିତ ଖବର ଅନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସମସ୍ତ ଅଙ୍ଗନବାଡିରେ ଶୌଚାଳୟ ସୁବିଧା - ଅନୁ ଗର୍ଗ

ବାରମ୍ବାର ଆମ୍ ବସ୍ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକଟ କରିଥିଲେ । ଘଟଣାକୁ ଗୁରୁତର ଭାବେ ନେଇ ଆମ-ବସ୍ ଚାଳକ ମାନଙ୍କ ଦକ୍ଷତା ବିକାଶକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଚାଳକ ମାନଙ୍କୁ ନିୟମିତ ତାଲିମ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। 

ସମ୍ବନ୍ଧିତ ଖବର ବାୟୁ ପ୍ରଦୂଷଣ ପାଇଁ ଭୁବନେଶ୍ୱରରେ ଲାଗିବ ଏୟାର ପ୍ୟୁରିଫାୟର

ବିଶେଷକରି ଆମ ବସ୍‌ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ। ତାଲିମ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ଼ ଗଠନ ପାଇଁ ନିର୍ଦେଶ ଦେଇଛନ୍ତି। ବସ୍ ଗୁଡିକର ଫିଟନେସ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 

Tags: