ଆମବସରେ ଯାତ୍ରା କରି ସ୍ଥିତି ପରଖିଲେ କମିଶନର

ଆମବସରେ ଯାତ୍ରା କରି ସ୍ଥିତି ପରଖିଲେ କମିଶନର

ଭୁବନେଶ୍ୱର : ବାରମ୍ବାର ଆମ ବସ୍ ଦୁର୍ଘଟଣା ଯୋଗୁଁ ତତ୍ପରତା ପ୍ରକାଶ କରିଛି ପରିବହନ ବିଭାଗ । ଗାଡି ଚାଳକଙ୍କ ବେପରୁୱା ଚାଳନା ଯୋଗୁଁ ଅକାଳରେ ଜୀବନହାନୀ ଘଟୁଛି । ଯାହାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏହାକୁ ନେଇ ଆକ୍ସନ ମୋଡ଼କୁ ଆସିଛି ପରିବହନ ବିଭାଗ । ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି କଟକରେ ଆମ ବସରେ ଯାତ୍ରାକରି ସ୍ଥିତି ପରଖିଛନ୍ତି ପରିବହନ କମିଶନର ଅମିତାଭ ଠାକୁର ।

ସମ୍ବନ୍ଧିତ ଖବର ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ପ୍ରଦାନ

ଆଜି ସେ ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ । ଧାର୍ଯ୍ୟ ସମୟରେ ପହଞ୍ଚିବାରେ ବିଳମ୍ବ ହେଲେ ବି ଗାଡ଼ିର ବେଗ ବୃଦ୍ଧି ନକରି କମ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ତେବେ ବସରେ ଯାତ୍ରା କରୁଥିବା ସମୟରେ ବରିଷ୍ଠ ନାଗରିକ କେଉଁ ପ୍ରକାର ସମସ୍ୟାର ସାମ୍ନା କରୁଛନ୍ତି ସେନେଇ ମଧ୍ୟ ପଚାରି ବୁଝିଛନ୍ତି । ଆଗକୁ ଆହୁରି ସୁଧାର ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର କହିଛନ୍ତି ।

ସମ୍ବନ୍ଧିତ ଖବର ରାସ୍ତା ମଝିରେ ବେପରୁୱା ଗାଡି ଚାଳନା କରି ୭ ଯୁବକ ଗିରଫ

ବାରମ୍ବାର ଆମ୍ ବସ୍ ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିନ୍ତା ପ୍ରକଟ କରିଥିଲେ । ଘଟଣାକୁ ଗୁରୁତର ଭାବେ ନେଇ ଆମ-ବସ୍ ଚାଳକ ମାନଙ୍କ ଦକ୍ଷତା ବିକାଶକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ଏଥିପାଇଁ ଚାଳକ ମାନଙ୍କୁ ନିୟମିତ ତାଲିମ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। 

ସମ୍ବନ୍ଧିତ ଖବର ବିଦ୍ୟାର୍ଥୀମାନେ ଦେଶ ଗଠନରେ ପ୍ରମୁଖ ଭୂମିକା ନିଅନ୍ତୁ: ଡଃ ତିରୁପତି ପାଣିଗ୍ରାହୀ

ବିଶେଷକରି ଆମ ବସ୍‌ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ। ତାଲିମ ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ଼ ଗଠନ ପାଇଁ ନିର୍ଦେଶ ଦେଇଛନ୍ତି। ବସ୍ ଗୁଡିକର ଫିଟନେସ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 

Tags: