ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ,୩ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ

ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ,୩ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ । କାଲୁଆ ପାଗ ସାଙ୍ଗକୁ ଉତ୍ତରା ପବନ ଜାଡକୁ ଦ୍ବିଗୁଣିତ କରୁଛି । ତେବେ ଆଗକୁ ଆହୁରି ୭ ଦିନ ଜାଡ଼ରେ ଥରିବ ଓଡ଼ିଶା । ରାଜ୍ୟର ରାତି ତାପମାତ୍ରା ଲଗାତାର ତଳମୁହାଁ ହେଉଛି । ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୨ ଡିଗ୍ରୀ ରହିବାର ପୂର୍ବାନୁମାନ କରାଯାଇଛି । ଗତକାଲି ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ଘୁ. ଉଦୟଗିରିର ପାରଦ ସ୍ତର ୩.୧ ଡିଗ୍ରୀକୁ ଖସିଛି ।

ସମ୍ବନ୍ଧିତ ଖବର ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ସେହିଭଳି ଶିମିଳିଗୁଡ଼ାର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ ରହିଛି । ଭୁବନେଶ୍ବରରେ ରାତି ପାରଦ ହାଲୁକା ବଢ଼ିଥିବା ବେଳେ ଗତକାଲି ରାତିରେ ୧୨.୬ ଡିଗ୍ରୀ ରେକର୍ଡ ହୋଇଛି ।

ସମ୍ବନ୍ଧିତ ଖବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା

ଆଜି ୩ ଜିଲ୍ଲା ଅନୁଗୁଳ, ଝାରସୁଗୁଡ଼ା ଓ କଳାହାଣ୍ଡିରେ ଶୀତଲହରୀ ନେଇ ୟେଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୪ ତାରିଖ ସକାଳ ଯାଏ ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର କୁହୁଡି ପଡିବ । 

ସମ୍ବନ୍ଧିତ ଖବର ବାରବାଟୀରେ ଦମଦାର ବିଜୟ,ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Tags: