ରାଜ୍ୟର ସମସ୍ତ ବନ୍ଦରରେ ରହିବ କୋଷ୍ଟଗାର୍ଡ - ଇକବାଲ ସିଂ ଚୌହାନ
By: Samaya Live News
ଭୁବନେଶ୍ୱର : ତଟରକ୍ଷୀ ବାହିନୀର ହେବ ନବ କଳେବର । ରାଜ୍ୟର ସବୁ ବନ୍ଦରରେ ରହିବ କୋଷ୍ଟ ଗାର୍ଡ । ଗୋପାଳପୁର ବନ୍ଦରରେ କୋଷ୍ଟ ଗାର୍ଡ ସିପ୍ ମୁତୟନ ହେବେ । ପାରାଦୀପ ବନ୍ଦରରେ କୋଷ୍ଟଗାର୍ଡ ସିପ୍ ସଂଖ୍ୟା ବଢିବ । ଗୋପାଳପୁର ଓ ଧାମରା ବନ୍ଦରରେ ଜେଟି ଓ କୋଷ୍ଟ ଗାର୍ଡ ଶାଖା ଖୋଲିବ । ଧାମରା ବନ୍ଦରରେ କୋଷ୍ଟ ଗାର୍ଡର ଡ୍ରୋନ୍ ୟୁନିଟ୍ ରହିବ । ଏନେଇ କୋଷ୍ଟ ଗାର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । କୋଷ୍ଟ ଗାର୍ଡ ଆଇଜି ଇକ୍ବାଲ ସିଂ ଚୌହ୍ବାନ୍ ଏନେଇ ସୂଚନା ଦେଇଛନ୍ତି ।
Tags:


