ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ପ୍ରଣାମ ଜଣାଇଲେ ମୁଖ୍ୟମନ୍ତ୍ରୀ

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ପ୍ରଣାମ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜନଜାତୀୟ ଗୌରବ ଦିବସ ତଥା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ​​​​​​। ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି 'ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ । ଭଗବାନ ବିର୍ସା ମୁଣ୍ଡା ଅଦମ୍ୟ ସାହସ, ତ୍ୟାଗ ଓ ସମର୍ପଣର ପ୍ରତୀକ । ବ୍ରିଟିଶ ଶାସନ ସମୟରେ ସେ ଯେଉଁ ସ୍ୱାଧୀନ ଚେତନା ଓ ସାମାଜିକ ସଂସ୍କାରର ବାର୍ତ୍ତା ଦେଇଥିଲେ, ତାହା ଚିର ସ୍ମରଣୀୟ ହୋଇ ରହିବ ।

Read More ନିରବି ଗଲେ ହ୍ୟୁମାନ,ଜନ୍ମ ମାଟିରେ ହେବ ଶେଷକୃତ୍ୟ

ଓଡ଼ିଶାର ଜନଜାତି ସମାଜର ବିକାଶ ଓ ସ୍ୱାଭିମାନ ପାଇଁ ଆମ ସରକାର ସର୍ବଦା ପ୍ରତିବଦ୍ଧ। ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଆମେ ତାଙ୍କର ସ୍ୱପ୍ନର ସମାଜ ଗଠନ ପାଇଁ କାର୍ଯ୍ୟ କରୁଛୁ, ଯେଉଁଠାରେ ପ୍ରତ୍ୟେକ ଜନଜାତି ଭାଇଭଉଣୀ ସେମାନଙ୍କର ଅଧିକାର,ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବର ସହ ବଞ୍ଚିପାରିବେ ।

Read More ରାଜ୍ୟରେ ଆଉ ୪ଟି ନୂଆ ତହସିଲ ଗଠନ ହେବ

 

Read More ଆଜି ଦ୍ୱିତୀୟ ଦିନରେ ସାଲିଆ ସାହିରେ ଜାରି ରହିଛି ଉଚ୍ଛେଦ

Tags: