ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାରେ RDC ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ମୟୁରଭଞ୍ଜ : ଡ଼ାଇରିଆରେ ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା ଇ RDC ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ମୟୁରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକ କାକବନ୍ଧ ଆଶ୍ରମ ସ୍କୁଲର ଜଣେ ୫ମ ଶ୍ରେଣୀର ଛାତ୍ରୀ ରୁପାଲୀ ବେସ୍ରାଙ୍କ ର ଡ଼ାଇରିଆରେ ମୃତ୍ୟୁ ଘଟିଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ RDC ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି RDC ରାସଗୋବିନ୍ଦପୁର ଗସ୍ତ କରି ଘଟଣାସ୍ଥଳରେ ଅନୁସନ୍ଧାନ କରିବେ । କେଉଁ ପରିସ୍ଥିତିରେ ପିଲାମାନେ ଅସୁସ୍ଥ ହେଲେ ଏବଂ ରୂପାଲିଙ୍କର ମୃତ୍ୟୁ ଘଟିଲା, ସେ ସମ୍ପର୍କରେ ସବିଶେଷ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରୂପାଲି ବେଶ୍ରାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
ସୂଚନାନୁସାରେ, ସୋମବାର ସକାଳେ କାକବନ୍ଧ ଆଶ୍ର ଆଶ୍ରମ ସ୍କୁଲ୍ରେରେ ଅନ୍ତେବାସୀମାନଙ୍କୁ ବାସି ପଖାଳ ସହ ଆଳୁ ଓ ଆମ୍ବଚଟଣି ଖାଇବାକୁ ଦିଆଯାଇଥିଲା । ଖାଇ ସାରିବା ପରେ ୧୪୬ରୁ ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ଫୁଡ ପୋଏଜନିଙ୍ଗ ଯୋଗୁଁ ପିଲାମାନଙ୍କୁ ପ୍ରବଳ ଜ୍ୱର ଆସିବା ସହ ଝାଡ଼ାବାନ୍ତି ହୋଇଥିଲା। ଘଟଣା ପରେ ସମସ୍ତଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାକୁ ଯାଇଥିଲା। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୨୦ଜଣଙ୍କୁ ବାରିପଦା PRM ମେଡିକାଲ୍ କଲେଜ ଆଣ୍ଡ ହସ୍ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ପଞ୍ଚମ ଶ୍ରେଣୀ ଛାତ୍ରୀ ରୁପାଲୀ ବେସ୍ରାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କ ସହ ଗ୍ରାମବାସୀ ଛାତ୍ରୀଙ୍କ ଶବ ରଖି ରାସ୍ତା ରୋକ କରିଥିଲେ । ଅଭିଭାବକଙ୍କୁ ସଠିକ ସମୟରେ ଘଟଣା ବିଷୟରେ ଅବଗତ ନ କରେଇବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ଅଭିଭାବକ । ଟେକା ପଥର ମାଡ଼ ସହ ପ୍ରବଳ ଗଣ୍ଡଗୋଳ କରିଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପକ୍ଷରୁ ଲାଠିଚାର୍ଜ ସହ ଟିୟର୍ ଗ୍ୟାସ୍ ପ୍ରୟୋଗ ହୋଇଛି । ଫଳରେ ରାସଗୋବିନ୍ଦପୁର ଆଇଆଇସିଙ୍କ ସମେତ କିଛି ପୋଲିସ କର୍ମଚାରୀ ଓ କିଛି ସ୍ଥାନୀୟ ଲୋକେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
ଅନ୍ୟପଟେ ଏହି ଘଟଣାରେ ଆଶ୍ରମ ସ୍କୁଲ୍ର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିମ୍ ଗଠନ ହୋଇଛି । ରିପୋର୍ଟ ଆସିଲା ପରେ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ହସ୍ପିଟାଲ ଯାଇ ଅସୁସ୍ଥ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ସେ କହିଛନ୍ତି ଘଟଣାକୁ ନେଇ ମୁଁ ମର୍ମାହତ । ସମସ୍ତ ଅସୁସ୍ଥ ପିଲାଙ୍କୁ ଉଚିତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛି। ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।




