ନୂଆଦିଲ୍ଲୀରେ ଓଡିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଅଯୋଦ୍ଧା,ବେଙ୍ଗାଳୁରୁ ଓ ସୁରଟରେ ମଧ୍ୟ ନିର୍ମାଣ ହେବ

ନୂଆଦିଲ୍ଲୀରେ ଓଡିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଅତ୍ୟାଧୁନିକ ଓଡିଶା ଭବନ । ନୂଆ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚାଣକ୍ୟପୁରୀ କୌଟିଲ୍ୟ ମାର୍ଗରେ ୭ ମହଲା ବିଶିଷ୍ଟ ହେବ ନୂଆ ଓଡ଼ିଶା ଭବନ । ୪୫ଟି କୋଠରୀ ସହ ଆଧୁନିକ ସମ୍ମିଳନୀ କକ୍ଷ ରହିବ । ଓଡ଼ିଶାର ସାଂସ୍କୃତିକ ଓ ପ୍ରଶାସନିକ କେନ୍ଦ୍ର ଭାବେ କାମ କରିବ । ନୂଆଦିଲ୍ଲୀର  କୌଟିଲ୍ୟ ମାର୍ଗରେ ନୂଆ ଓଡ଼ିଶା ଭବନର ଶିଳାନ୍ୟାସ ଏବଂ ଭୂମି ପୂଜା ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ । 

ସମ୍ବନ୍ଧିତ ଖବର ହୋଟେଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ଯୁବତୀ ଫେରାର

ଓଡ଼ିଶା ଅସ୍ମିତା, ସଂସ୍କୃତି କଳା ଏବଂ ପରମ୍ପରା ସହ ୪୩ ଏକର ଜମିରେ ଆଧୁନିକ ଶୈଳୀରେ ଓଡିଶା ଭବନ ନିର୍ମାଣ କରାଯିବ । ତେବେ ସାତ ମହଲା ବିଶିଷ୍ଟ ଏହି ବିଲ୍ଡିଂରେ ୩ଟି ବେସ୍‌ମେଣ୍ଟ ରହିବ । ଯେଉଁଥିରେ ୪୦ଟି ଗାଡି ପାର୍କ ହୋଇପାରିବ । ପ୍ରଥମ ମହଲାରେ କଳା ପ୍ରଦର୍ଶନ କରାଯିବ, ୨ ମହଲାରେ କନ୍‌ଫରେନ୍ସ ରହିବ । ଯେଉଁଥିରେ ୭୦ରୁ ଅଧିକ ଲୋକ ବସିବାର ବ୍ୟବସ୍ଥା ରହିବ । ଏହା ଉପରେ ୪୫ଟି ବିଭିନ୍ନ ବର୍ଗର ରୁମ୍‌ ରହିବ । ଭିଆଇପି ସୁଟ୍‌ ମଧ୍ୟ ରହିବ । ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ । ଏଥିପାଇଁ ମୋଟ ୯୩ କୋଟି ୨୭ ଟଙ୍କାର ବଜେଟ ରଖାଯାଇଛି ।

ସମ୍ବନ୍ଧିତ ଖବର ରାଶିଫଳ ୨୦.୨.୨୦୨୬ ଶୁକ୍ରବାର

ସେହିପରି ନୂଆଦିଲ୍ଲୀ ସମେତ ରାମଜନ୍ମଭୂମୀ ଅଯୋଦ୍ଧା,ବେଙ୍ଗାଳୁରୁ ଓ ସୁରଟରେ ମଧ୍ୟ ଓଡ଼ିଶା ଭବନ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ,କୋଲକାତା,ଚେନ୍ନାଇରେ ଭବନ ରହିଛି  । ଅଯୋଧ୍ୟାରେ ଜମି ପାଇଁ ଅନୁମତି ମଗାଯାଇଛି । ତେବେ ମୁମ୍ବାଇରେ ଆଉ ଗୋଟିଏ ଭବନ ନିର୍ମାଣ କରିବା ଲାଗି ଅନୁମତି ମାଗିଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର କୋଲାବ ପୋଲ ଭାଙ୍ଗି ଯାତାୟାତ ବାଧାପ୍ରାପ୍ତ

 

Tags: