ସି.ଏମ କିଷାନ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ପବିତ୍ର ଅକ୍ଷୟ ତୃତୀୟା I ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଅଖିମୁଠି ଅନୁକୂଳ କରିବା ସହିତ ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କରିଛନ୍ତି । ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ମୋଟ ୮୩୮ କୋଟି ୪୮ ଲକ୍ଷ ସହାୟତା ରାଶି ପଠାଯାଇଛି । କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ଦିଆଯାଉଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ କୃଷି ଅଭିବୃଦ୍ଧି ହାର ୫.୩ରେ ପହଞ୍ଚିଛି। ଧାନ ଶସ୍ୟ ଉତ୍ପାଦନରେ ଦେଶରେ ଓଡ଼ିଶାର ସ୍ଥାନ ଦ୍ବିତୀୟରେ ରହିଥିବା ବେଳେ ଖାଦ୍ୟ ଶସ୍ୟ ଉତ୍ପାଦନ ୧୫୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି ।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଇକେଓ୍ବାଇସି, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ହୋଇନଥିଵା, ଏକକ ମୋବାଇଲ ନମ୍ବର ରଖିନଥିଵା ଓ ଜମି ପଞ୍ଜିକରଣ ପ୍ରମାଣପତ୍ର ନଥିଵା ଚାଷୀଙ୍କ ଖାତାକୁ ସହାୟତା ରାଶି ଯାଇପାରିନଥିବ। ଏଭଳି ଚାଷୀ ତୁରନ୍ତ ସବୁ ତଥ୍ୟ ପ୍ରଦାନ କରି ସିଏମ୍ କିଷାନ୍ ସହାୟତା ହାସଲ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।



