ଅକ୍ଷୟ ତୃତୀୟାରେ ମିଳିବ ସିଏମ କିଷାନ ସହାୟତା ରାଶି

ଅକ୍ଷୟ ତୃତୀୟାରେ ମିଳିବ ସିଏମ କିଷାନ ସହାୟତା ରାଶି
Samaya Live News Picture
Published On

ଭୁବନେଶ୍ବର: ଚଳିତ ମାସ ୨୦ରେ ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ଚାଷୀକୁଳ ଅକ୍ଷିମୁଠି ଅନୁକୂଳ କରିବେ। ଏହି ଅବସରରେ ଯୋଗ୍ୟ ଚାଷୀଙ୍କୁ ସିଏମ-କିଷାନ ସହାୟତା ରାଶି ଦିଆଯିବ। କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରଦାନର ଶୁଭାରମ୍ଭ କରିବେ। ରାଜ୍ୟର ୫୮୨ ଜଣ ଚାଷୀଙ୍କୁ ୪୧ ଲକ୍ଷ ୬୮ହଜାର ଟଙ୍କା ଖରିଫ ସହାୟତା ପ୍ରଦାନ କରାଯିବ। 

ସେପଟେ, ବର୍ତ୍ତମାନସୁଦ୍ଧା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୨ଟି କିସ୍ତି ଦିଆଯାଇଛି । ଏହି ଯୋଜନାର ୨୨ତମ କିସ୍ତି ୧୩ ମାର୍ଚ୍ଚ, ୨୦୨୬ରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା, ଏବଂ ବର୍ତ୍ତମାନ ଚାଷୀମାନେ ୨୩ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, ଯାହା ଜୁଲାଇ ୨୦୨୬ ରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇପାରେ।

Tags: