ପୂଜା ପୂର୍ବରୁ ବସ୍ତିବାସିନ୍ଦାଙ୍କ ପାଇଁ ଦୁଇ ଆବାସିକ ପ୍ରକଳ୍ପ ଏବଂ ଖେଳ ପଡିଆ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପୂଜା ପୂର୍ବରୁ ବସ୍ତିବାସିନ୍ଦାଙ୍କ ପାଇଁ ଦୁଇ ଆବାସିକ ପ୍ରକଳ୍ପ ଏବଂ ଖେଳ ପଡିଆ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର: ପାର୍ବଣ ପୂର୍ବରୁ ବସ୍ତିବାସିନ୍ଦାଙ୍କୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘାଟିକିଆରେ ‘ନୀଳକଣ୍ଠେଶ୍ବର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଘାଟିକିଆରେ ‘ନୀଳକଣ୍ଠେଶ୍ୱର ନିବାସ’ ୫.୨୭ ଏକର ଜମିରେ ପ୍ରିକାଷ୍ଟ କଂକ୍ରିଟ୍ ପଦ୍ଧତିରେ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ପ୍ରାୟ ୬୬.୫ କୋଟି ଟଙ୍କା ବ୍ୟୟ ହୋଇଛି । ଏଠାରେ ମୋଟ୍ ୯୨୮ଟି ଆବାସିକ ଗୃହ ସହ ୩୨ଟି ଦୋକାନ ନିର୍ମାଣ କରାଯାଇଛି । ସେହିପରି ଗାଡ଼କଣରେ ମୁକ୍ତେଶ୍ୱର ରେସିଡେନ୍ସି’ ସୁଲଭ ଆବାସିକ ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬.୩୬ ଏକର ଜମିରେ ନିର୍ମିତ ପ୍ରକଳ୍ପରେ ୬୮୦ଟି ଘର ରହିଛି । ଏହା ମଧ୍ୟ ପ୍ରିକାଷ୍ଟ କଂକ୍ରିଟ୍ ପଦ୍ଧତିରେ ତିଆରି ହୋଇଛି । ଘର ଭିତର ଓ ବାହାରେ ବିଜୁଳି, ପାଣି, ଶୌଚାଳୟ ସବୁ ସୁବିଧା ଅଛି । ପ୍ରତି ବ୍ଲକ୍ ଚାରି ମହଲାର (G+4) ରହିଛି । ଗୋଟିଏ ବେଡ଼ ରୁମ୍, ଲିଭିଂ ରୁମ୍, କିଚେନ, ବାଥରୁମ୍, ଶୌଚାଳୟ ଓ ବାକଲୋନୀ ରହିଛି । କମ୍ୟୁନିଟି ହଲ୍, ପାର୍କ, ମାର୍କେଟ କମ୍ପ୍ଲେସର ବ୍ୟବସ୍ଥା ରହିଛି । ଆର୍ଥିକ ଦୁର୍ବଳ ସ୍ଥିତି ଏବଂ ବସ୍ତିବାସିନ୍ଦାଙ୍କୁ ଏହି ସବୁ ଘର ପ୍ରଦାନ କରାଯିବ ।

WhatsApp Image 2026-10-13 at 2.29.50 PM

 

ମୁଖ୍ୟମନ୍ତ୍ରୀ କେବଳ ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପ ଉଦଘାଟନ କରିଛନ୍ତି ତା ନୁହେଁ, ପିଲାଙ୍କ ପାଇଁ ଖେଳପଡ଼ିଆ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଘାଟିକିଆରେ ଥିବା ବଜରଙ୍ଗୀ ଖେଳ ପଡିଆ ଉଦ୍‌ଘାଟନ କରିବା ସହ ନିଜେ ଫୁଟବଲ୍‌କୁ କିକ୍‌ ମାରି ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଯୁବପିଢ଼ିଙ୍କୁ ଖେଳକୁଦ ପାଇଁ ଉନ୍ନତ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳ ଓ ବିଦ୍ୟାଳୟ ପରିସରରେ ମୋଟ୍ ୧୨ଟି ଖେଳ ପଡ଼ିଆରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି ।

WhatsApp Image 2026-10-13 at 2.29.49 PM

ଏହି ଖେଳପଡ଼ିଆ ଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଶିଶୁ, କିଶୋର, ଯୁବକ କ୍ରୀଡ଼ାପ୍ରେମୀଙ୍କୁ ଖେଳକୁଦ, ଶାରୀରିକ ବ୍ୟାୟାମ ଏବଂ କ୍ରୀଡ଼ାଭ୍ୟାସ ପାଇଁ ସୁଯୋଗ ଯୋଗାଇଦେବ।ଏହାଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ସହ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ମିଳିପାରିବ ବୋଲି ମେୟର କହିଛନ୍ତି । ୨୧ଟି ଖେଳ ପଡିଆର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୭ଟି ପାଇଁ ସ୍ଥାନ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୨ଟି ଉଦ୍‌ଘାଟିତ ହୋଇଛି । 

WhatsApp Image 2026-10-13 at 2.29.51 PM (1)

Tags: