ସଡକ ସୁରକ୍ଷା ମାସରେ '6 E ' କୁ ଗୁରୁତ୍ତ୍ଵ ଦେଲେ ମୁଖ୍ୟମନ୍ତ୍ରୀ

ସଡକ ସୁରକ୍ଷା ମାସରେ  '6 E ' କୁ ଗୁରୁତ୍ତ୍ଵ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ। ଲୋକସେବା ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇ ଏହାର ଶୁଭାରମ୍ଭ କରିଛନ୍ତି ।  ଏହି ଅବସରରେ ସିଏମ୍ ସଡ଼କ ସୁରକ୍ଷା ସମ୍ମାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମଧ୍ୟରେ '6 E' ଫର୍ମୁଲା କୁ ଗୁରୁତ୍ତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ I

ସମ୍ବନ୍ଧିତ ଖବର ରାଶିଫଳ (୯.୧.୨୬, ଶୁକ୍ରବାର )

-ପ୍ରଥମ E - ଏଡୁକେସନ୍‌ ବା ସଠିକ ସୂଚନା ଓ ସଚେତନତା ସୃଷ୍ଟି
-ଦ୍ବିତୀୟ E- ଏନଫୋର୍ସମେଣ୍ଟ ବା ଟ୍ରାଫିକ୍‌ ନିୟମ ଲାଗୁ କରିବା
-ତୃତୀୟ E- ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା
-ଚତୁର୍ଥ E- ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା
-ପଞ୍ଚମ - E-ଏନଭରମେଣ୍ଟ  ଏବଂ  ଷଷ୍ଠ - E-ଏନଗେଜମେଣ୍ଟ 

ସମ୍ବନ୍ଧିତ ଖବର ରାସ୍ତାରେ ଜଳିଗଲା ଆମ ବସ

ସେହିପରି ୧୦ ଜିଲ୍ଲାରେ ମୋଟ୍ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ୧୪ଟି ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ OSRTCର ୧୦୦ ନୂଆ ବସ୍, ଘାଟି ରାସ୍ତାରେ ସତର୍କ ସୂଚନା ଘଣ୍ଟି, ବିଦ୍ୟାଳୟ ପରିସର ସୁରକ୍ଷା ରେଟିଂର ଶୁଭାରମ୍ଭ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ବସ୍ ପରିଚାଳନା ମାର୍ଗର ପୁନର୍ବିନ୍ୟାସ, ବ୍ରହ୍ମପୁରରେ CRUT ଇ-ବସ୍ ଡିପୋରେ ୨୫ ବୈଦ୍ୟୁତିକ 'ଆମ ବସ୍', OSRTC କ୍ଲୋଡ୍ ଲୁପ୍ ଟ୍ରାନଜିଟ୍ (ସ୍ମାର୍ଟ କାର୍ଡ), ବୈଦ୍ୟୁତିକ ଯାନ ଚାର୍ଜି ଷ୍ଟେସନ ଏବଂ ଟ୍ରାଫିକ୍ ପରିଚାଳନା ଯୋଜନା ପାଇଁ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଗିରିଶୋଳା ଟ୍ରକ୍ ଟର୍ମିନାଲର ଜମି କାଗଜପତ୍ର HPCLକୁ ହସ୍ତାନ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସମ୍ବନ୍ଧିତ ଖବର ବିବାହ ପାଇଁ ଝିଅଙ୍କ ନିଷ୍ପତ୍ତି ଗୁରୁତ୍ତ୍ୱପୂର୍ଣ୍ଣ - ହାଇକୋର୍ଟ

Tags: