ହିନ୍ଦୀ ଚଳଚ୍ଚିତ୍ର "ଗୋଦାନ" କୁ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହିନ୍ଦୀ ଚଳଚ୍ଚିତ୍ର

ଭୁବନେଶ୍ୱର : ହିନ୍ଦୀ ଚଳଚ୍ଚିତ୍ର "ଗୋଦାନ" କୁ ରାଜ୍ୟରେ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ତାଙ୍କ ସରକାରୀ ବାସଭବନରେ ହିନ୍ଦୀ ଚଳଚ୍ଚିତ୍ର "ଗୋଦାନ" ସ୍ପେଶିଆଲ୍ ସ୍କ୍ରିଂନିଂ ଦେଖିବା ପରେ ଏହି ଘୋଷଣା କରିଛନ୍ତି। ଏହା ସହ ରାଜ୍ୟରେ ଗୋ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି କହିଛନ୍ତି । ଯାହା ଗୋରୁଙ୍କ ସୁରକ୍ଷା, ଅର୍ଥନୈତିକ ଲାଭ, ସାମାଜିକ ପ୍ରତିଷ୍ଠା, ରୋଗ ମୁକ୍ତ ଭାରତ ଗଠନ ରେ ସହାୟକ ହେବ । 

ସମ୍ବନ୍ଧିତ ଖବର ଆଇସକ୍ରିମ ଫାକ୍ଟ୍ରୀରେ ଭୟଙ୍କର ବିସ୍ଫାରଣ, ୧ ମୃତ ୨ ଆହତ

ଚଳଚ୍ଚିତ୍ର ଦେଖିବା ସମୟରେ ମୁଖ୍ୟମନ୍ତ୍ରୀ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଏବଂ କହିଥିଲେ ଯେ ‘ଗୋଦାନ’ ଏକ ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର, ଯାହା ପିଲାମାନଙ୍କୁ ପିତାମାତାଙ୍କ ସହ ଯୋଡି ରଖିବା ସହ ସନାତନ ଧର୍ମର ମୂଲ୍ୟବୋଧ ବୁଝାଇବାର ଏକ ଦୃଢ଼ ବାର୍ତ୍ତା ଦେଉଛି । ଗୋଦାନ ଭଳି ଫିଲ୍ମ ଆଜିର ସମୟରେ ପ୍ରାସଙ୍ଗିକ, ସପରିବାରେ ଏହାକୁ ଦେଖନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସମ୍ବନ୍ଧିତ ଖବର ଅପହରଣ ପରେ ୫ ବର୍ଷର ଶିଶୁକୁ ଗଳାକାଟି ହତ୍ୟା

କାମଧେନୁ ପ୍ରଡକ୍ସନ ପକ୍ଷରୁ ନିର୍ମିତ ଓ ଅମିତ ପ୍ରଜାପତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆଜି ସାରା ଦେଶରେ ରିଲିଜ ହେବ। ଓଡ଼ିଶା ସମେତ ଅନେକ ରାଜ୍ୟରେ ଏହାକୁ ଏହି ଚଳଚିତ୍ର ଦେଖିବା ପରେ ଟି ଗୋ-ହତ୍ୟାକାରୀଙ୍କ ମନ ପରିବର୍ତ୍ତନ ହେବ। ଏହି ଚଳଚିତ୍ରରେ ମୁଖ୍ୟ ଭୁମିକାରେ ସାହିଲ ଆନନ୍ଦ,ଉପାସନା ସିଂ ଓ ମନୋଜ ଜୋଶୀ ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର ଗୋଟିଏ ଦିନରେ ରାଜଧାନୀରୁ ୩ ଶିଶୁ ନିଖୋଜ

ଏହି ଚଳଚିତ୍ରକୁ ଉତ୍ତରପ୍ରଦେଶର ମିରଟ ସହରର ସମାଜସେବୀ ତଥା ଚିଳଚିତ୍ର ନିର୍ମାତା ବିନୋଦ କୁମାର ଚୌଧୁରୀ କରିଛନ୍ତି। ଏହାକୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଟିକସ ମୁକ୍ତ କରାଯାଇଛି। ଚଳଚିତ୍ରର ଟିଜର ଲଞ୍ଚ ହେବା ପରେ ଏହାକକୁ ଦେଖିବାକୁ ଦର୍ଶକଙ୍କ ମନରେ ପ୍ରବଳ ଉତ୍ସାହ ଦେଖା ଦେଇଛି।

 

Tags: