'ଅର୍ଣ୍ଣବ'କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିପନ୍ନ ପରିବାରକୁ ୫୦ କିଲୋ ଚାଉଳ ସହ ୨୫୦୦ ଟଙ୍କା ଦେବା ରାଜ୍ୟ ସରକାର

 'ଅର୍ଣ୍ଣବ'କ୍ଷତିଗ୍ରସ୍ତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ କ୍ଷୟଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ଇ ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କିଲୋ ଚାଉଳ ସହିତ ୨୫୦୦ ଟଙ୍କା ଅନୁଗ୍ରହ ମୂଳକ ସହାୟତା ପ୍ରଦାନ କରାଯିବ । ପ୍ରେସମିଟରେ ଏ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଦିନ ଧରି ବନ୍ୟାରେ ଫସିଥିବା ପୋଷାକ ପାଇଁ ୨୫୦୦ ଟଙ୍କା, ବାସନ ପାଇଁ ମିଳିବ ୨୫୦୦ ଟଙ୍କା ମିଳିବ ।

ସେହିପରି ବିଭିନ୍ନ ପ୍ରକାର ଫସଲ ନଷ୍ଟ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁଠାରେ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ହାନି ହୋଇଛି, ସେଠାରେ ଇଚ୍ଛୁକ ଚାଷୀଙ୍କ ପାଇଁ ସ୍ୱଳ୍ପମିଆଦି ଖରିଫ ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ । 

ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚନ ଅଞ୍ଚଳରେ ହେକ୍ଟର ପିଛା ୧୭,୦୦୦ ଟଙ୍କା ଓ ବାରମାସୀ ଫସଲ ଅଞ୍ଚଳରେ ହୋଇଥିବା କ୍ଷତିର ଭରଣା ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ପାଇବେ ଚାଷୀ । ତେବେ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବନ୍ୟା ପ୍ରଭାବରେ ଘର ଭାଙ୍ଗିଥିଲେ ମଧ୍ୟ ଆର୍ଥିକ ସହାୟତା କରିବେ ରାଜ୍ୟ ସରକାର । ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ଅର୍ଣ୍ଣବ ଓ ତା’ର ପରବର୍ତ୍ତୀ ପରିସ୍ଥିତିରେ ରିଲିଫ, ପୁନଃନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିବା ପରେ ପ୍ରଭାବିତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ।

ସମତଳ ଅଞ୍ଚଳ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା, ପାହାଡ଼ିଆ ଅଞ୍ଚଳ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଓ ଗୁହାଳ ପାଇଁ ୩ ହଜାର ଟଙ୍କା ସହାୟତା ମିଳିବ । MSME କ୍ଷେତ୍ରରେ ଦୋକାନୀ ଓ ଉଠାଦୋକାନୀ ଙ୍କୁ ମିଳିବ ସହାୟତା । ପ୍ରଭାବିତ ଅସ୍ଥାୟୀ ଦୋକାନୀ ୬୦୦ ହଜାର, ବଡ଼ ଦୋକାନ ପାଇଁ ବ୍ୟବସାୟୀଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ ।

ବ୍ୟବସାୟ ପୁନଃଉଦ୍ଧାର ପାଇଁ ପ୍ରତିଷ୍ଠାନ ପିଛା ୧୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବ । ସେହିପରି ମତ୍ସ୍ୟଚାଷୀ ଓ ଦୁଗ୍ଧ ଚାଷୀଙ୍କ ପାଇଁ ବି ସହାୟତାର ପେଡ଼ି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଗ୍ଧ ଚାଷୀଙ୍କ ପାଇଁ ୫୦୦ କିଲୋ ପର୍ଯ୍ୟନ୍ତ ମିଳିବ ଗୋଖାଦ୍ୟ । ମତ୍ସ୍ୟ ଚାଷ ପାଇଁ ହେକ୍ଟର ପିଛା ୧ ଲକ୍ଷ ୧୨ ହଜାର ୫୦୦ ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯିବ । ସମୁଦ୍ର ଓ ଚିଲିକାରେ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପିଛା ୫୦୦୦ ଟଙ୍କାର ମିଳିବ କ୍ଷତିପୂରଣ । ସେହିପରି ବାତ୍ୟା ଦ୍ୱାରା ପ୍ରଭାବିତ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ ହଜାର ଟଙ୍କାର ସିଡ୍ ମନି ଦିଆଯିବ । କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସବୁ କ୍ଷତିପୂରଣ ଲାଗୁ କରାଯିବ ।  ଏଥିସହ ବାତ୍ୟା ‘ମୁରାସୁ’ ପାଇଁ ଯେଉଁ ଟିମ୍ ଯେଉଁଠି ମୁତୟନ ଅଛନ୍ତି, ସେଠାରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । 

ଅନ୍ୟପଟେ କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ ତାରିଖରେ ଆସିବ କେନ୍ଦ୍ରୀୟ ଟିମ୍ । ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତା ଶାହଙ୍କ ସହ କଥା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ଟିମ୍ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ସମେତ ୧୩ ଜିଲ୍ଲା ଗସ୍ତ କରି ରିପୋର୍ଟ କରିବେ । ରାଜ୍ୟର ରିପୋର୍ଟକୁ ମଧ୍ୟ କେନ୍ଦ୍ରକୁ ପଠାଯିବ । ଉଭୟ ରିପୋର୍ଟ କୁ ଅନୁଧ୍ୟାନ କରିବା ପରେ ଓଡ଼ିଶାକୁ ମିଳିବ ଆର୍ଥିକ ସହାୟତା । ଆବଶ୍ୟକ ସ୍ଥଳେ ସପ୍ଲିମେଣ୍ଟ ବଜେଟ୍ କୁ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Tags: