ବନ୍ୟା କ୍ଷୟକ୍ଷତି ପାଇଁ ୧୦୦୦କୋଟି ର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବନ୍ୟା କ୍ଷୟକ୍ଷତି ପାଇଁ ୧୦୦୦କୋଟି ର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ହଜାରେ କୋଟି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦, ଜଳସେଚିତ ଜମି ପାଇଁ ୧୭୦୦୦ ଘୋଷଣା କରିଛନ୍ତି । ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦ ମିଳିବ । ବନ୍ୟା ପରବର୍ତ୍ତୀ ରୋଗପୋକ ପାଇଁ ମଧ୍ୟ ୭୫% ସବସିଡି ମିଳିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ଇନପୁଟ ସବସିଡି ଯୋଗାଇ ଦେବେ । ସେହିପରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷତିର ଭରଣା କରିବାକୁ ସହାୟତା ମିଳିବ । ୧୩୬ କୋଟିର ପ୍ରାଥମିକ ସହାୟତା ଯୋଗାଇ ଦେଇଛନ୍ତି ସରକାର। ଗୋଧନ, ଡଙ୍ଗା, ଜାଲ, ଗୃହପାଳିତ ପ୍ରାଣୀ ସମ୍ପଦ କ୍ଷତି ପାଇଁ ସରକାର ସହାୟତା ଦେବେ ।

ସେପଟେ ବନ୍ୟା କ୍ଷୟକ୍ଷତି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍ କରି ପୂରା ତଥ୍ୟ ଦେଇଛନ୍ତି। ଲଗାତାର ବନ୍ୟା ଯୋଗୁଁ ରାଜ୍ୟର ୬ ଜିଲ୍ଲାର ୭୪ ବ୍ଲକ ବନ୍ୟା ପ୍ରଭାବିତ ହୋଇଛି । ୧୩୮୧ ଗାଁର ୯ ଲକ୍ଷ ୪୦ ହଜାର ଲୋକ ବନ୍ୟା ବିପନ୍ନ ହୋଇଛନ୍ତି । ଯାଜପୁରର ୧୦ ବ୍ଲକର ୨୭୦ ଗାଁ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୮୦ ହଜାର ଲୋକ ବନ୍ୟା ପ୍ରଭାବିତ ହୋଇଚନ୍ତି । ଜିଲ୍ଲାରେ ୨୦୩ଟି ରିଲିଫ୍ ସେଣ୍ଟର ଖୋଲାଯାଇଛି। ଏମିତି କି ଭଦ୍ରକ ଜିଲ୍ଲାର ୪ ବ୍ଲକର ୧୪୯ ଗାଁ ବନ୍ୟା ପ୍ରଭାବିତ ହୋଇଛି । ଯାହା ଫଳରେ  ଭଦ୍ରକରେ ବି ୨ ଲକ୍ଷ ୫୯ ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। 

ସେହିଭଳି ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ବି ବନ୍ୟା ସ୍ଥିତି। ମୋଟ୍ ଭାବେ ୬ ଜିଲ୍ଲାର ୭୪ ବ୍ଲକ ବନ୍ୟା ପ୍ରଭାବିତ। ସେମିତି ଦେଖିବାକୁ ଗଲେ ୧୩୮୧ ଗାଁର ୯ ଲକ୍ଷ ୪୦ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ୬ ଜିଲ୍ଲାରେ ୪୫ ଓଡ୍ରାଫ୍ ଓ ୮ NDRF ଟିମ୍ ମୁତୟନ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଗୋଟିଏ ଟାର୍ଗେଟ ଜିରୋ କାଜୁଆଲିଟି, ସେ ଦିଗରେ କାମ କରୁଛୁ। ସାପ କାମୁଡ଼ାରେ କାହାର ମୃତ୍ୟୁ ହୋଇ ନଥିବା ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି। 

 

Tags: