୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରଥଯାତ୍ରା ଅଘଟଣ । ୨ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଏହି ରାଶି ପ୍ରଦାନ କରାଯିବ । ମୃତକ ହେଉଛନ୍ତି ଜଣେ କଟକର ଅନିଲ ଦାସ ଏବଂ ମୁମ୍ବାଇର ଅଶୋକ ସୁବାରେ ରାଇକର । ୨ ଶ୍ରଦ୍ଧାଳୁଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୂଚନାନୁସାରେ , ଚଳିତବର୍ଷ ରଥଯାତ୍ରା ଦିନ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଭିଡ଼ ଭିତରେ ଅଣନିଶ୍ବାସୀ ହୋଇ ଅନେକ ଶ୍ରଦ୍ଧାଳୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ପୁରୀ ମେଡିକାଲରେ ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଏହି ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ବିରୋଧୀଙ୍କ ପକ୍ଷରୁ ଶାସକ ଦଳକୁ ଟାର୍ଗେଟ କରାଯାଇଥିଲା। ରଥଯାତ୍ରା ପରିଚାଳନାଜନିତ ତ୍ରୁଟି ଥିବା ସେମାନେ ଅଭିଯୋଗ କରିଥିଲେ। ।




