ଦିଗପହଣ୍ଡି ୨ ବାଇକ ଆରୋହୀଙ୍କ ମୃତ୍ୟୁ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ଗଞ୍ଜାମ ଜିଲା ଦିଗପହଣ୍ଡି ଜରଡାରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ । ଦୁଃଖ ପ୍ରକାଶ କରିବା ସହିତ ଦୁଇ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ୪ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସୋସିଆଲ ମିଡିଆରେ ଟ୍ୱିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲର ରାହୁଲ ନାଏକ ଏବଂ ପିତା ପଞ୍ଚ ନାଏକଙ୍କର ପ୍ରାଣହାନି ଘଟିଥିବା ଖବର ଜାଣି ଗଭୀର ଶୋକ ପ୍ରକାଶ କରୁଛି । ଏହସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ସମ୍ବନ୍ଧିତ ଖବର ରିଫାଇନ - ପାମୋଲିନ ତେଲ ଦର ବୃଦ୍ଧି
ସମ୍ବନ୍ଧିତ ଖବର ସରିଲା ଯାଞ୍ଚ, ୫ ଜଣଙ୍କ ପ୍ରାର୍ଥୀପତ୍ର କାଏମ
ସମ୍ବନ୍ଧିତ ଖବର ସୁରୁଖୁରୁରେ ଚାଲିଛି ୨ୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ
Tags:



