ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଦିବାସୀ ପୂଜକଙ୍କୁ ମିଳିବ ମାସିକ ଦରମା । ଆଦିବାସୀ ପୂଜକଙ୍କ ପାଇଁ ଭତ୍ତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ I ଏଣିକି ଜନଜାତି ତାଲିକାରେ ଆଉ ଏକ ନୂଆ ବର୍ଗ ସାମିଲ ହେବେ। ଆଦିବାସୀ ଗ୍ରାମର ପୂଜକମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ଏବଂ ସେମାନଙ୍କ ପୂଜାସ୍ଥଳୀଗୁଡ଼ିକର ବିକାଶ ତଥା ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ତ୍ଵ । ଆଦିବାସୀମାନଙ୍କର ଜମି ରେକର୍ଡ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଲେଖିବା ପାଇଁ ସୁପାରିଶ କରାଯାଇଛି । ଏକଲବ୍ୟ ଆବାସିକ ସ୍କୁଲର ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ବିଜ୍ଞାନ ସହିତ କଳା ଓ ବାଣିଜ୍ୟ ବିଷୟ ରଖିବା ଏବଂ ଆଦିବାସୀ ଅଞ୍ଚଳରେ ଇକୋ-ଟୁରିଜିମକୁ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ହୋଇଛି ।

ସେହିପରି,ପେସା ଅଧିନିୟମର ଓଡ଼ିଶା ଭିତ୍ତିକ ନିୟମାବଳୀର ଅନୁଧ୍ୟାନ ପାଇଁ ଏକ ଆନ୍ତଃ-ବିଭାଗୀୟ କମିଟି ଗଠନ କରାଯିବ । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । 

Tags: