ପିଲାଙ୍କ ପ୍ରବେଶ ଉତ୍ସବରେ 'ଖଡ଼ି ଛୁଆଇଁଲେ' ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଆଜିଠାରୁ ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ । ଶିଶୁ ବାଟିକା ପିଲାଙ୍କ ଖଡି ଛୁଆଁ । ରାଜ୍ୟବ୍ୟାପୀ ଖଡ଼ି ଛୁଆଁ ସହ ନୂଆ ଶ୍ରେଣୀ ଗୃହରେ ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ପାଳନ ହୋଇଛି । ଆଜି ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି 'ଖଡ଼ିଛୁଆଁ' କାର୍ଯ୍ୟକ୍ରମ । ଖୁବ୍ ଆଡ଼ମ୍ଵରରେ ପିଲାଙ୍କ ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇଛନ୍ତି । ଏହା ସହ ପ୍ରବେଶ ଉତ୍ସବରେ ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହାତରେ ପିଲାମାନେ ଖଡ଼ି ଛୁଇଁ ଖୁବ ଉତ୍ସାହର ସହ ପାଠପଢା ଆରମ୍ଭ କରିଛନ୍ତି । ଏହି ନିଆରା କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ଏବଂ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ।
Tags:




