ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପରୀକ୍ଷା
ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବାର୍ଷିକ ପରୀକ୍ଷା। ପ୍ରଥମରୁ ଚତୁର୍ଥ, ଷଷ୍ଠରୁ ସପ୍ତମ ଶ୍ରେଣୀ ଯାଏ ସମେଟିଭ୍ ଆସେସ୍ମେଣ୍ଟ-୨ ହେବ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ବାର୍ଷିକ ବୋର୍ଡ ପରୀକ୍ଷା । ମାର୍ଚ୍ଚ ୬ ଏବଂ ୭ ତାରିଖ ମୌଖିକ ପରୀକ୍ଷା ହେବାକୁ ଥିବାବେଳେ ୭ ରୁ ୧୩ ତାରିଖ ଯାଏ ଲିଖିତ ପରୀକ୍ଷା ହେବ । ଏନେଇ କାର୍ଯ୍ୟସୂଚୀ ଜାରି କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)।
ସେହିପରି,ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୬ ତାରିଖରେ ମାତୃଭାଷା, ପରିବେଶ ଓ ସାମାଜିକ ବିଜ୍ଞାନର ପରୀକ୍ଷା ହେବ । ୭ରେ ଗଣିତ ପରୀକ୍ଷା ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ହେବ । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ଇଂରାଜୀର ମୌଖିକ ପରୀକ୍ଷା ମଧ୍ୟ ହେବ । ସେହିପରି ୯ ତାରିଖରୁ ସକାଳ ୭ଟାରୁ ୯ଟାରୁ ପ୍ରଥମ ସିଟିଂ ପରୀକ୍ଷା ହେବ ।
ଦ୍ୱିତୀୟ ସିଟିଂ ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ହେବ । ୯ ତାରିଖରେ ପ୍ରଥମ ସିଟିଂରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମାତୃଭାଷା ପରୀକ୍ଷା ହେବେ । ଦ୍ୱିତୀୟ ସିଟିଂରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଇତିହାସ ପରୀକ୍ଷା ହେବ । ୧୦ ତାରିଖରେ ପ୍ରଥମ ସିଟିଂରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଗଣିତ ଓ ଷଷ୍ଠରୁ ଅଷ୍ଟମ ପିଲାଙ୍କର ଦ୍ୱିତୀୟ ସିଟିଂରେ ଚିତ୍ରାଙ୍କନ ପରୀକ୍ଷା ହେବ ।



