ଠାକୁରାଣୀ ଯାତ୍ରା ବେଳେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ଠାକୁରାଣୀ ଯାତ୍ରା ବେଳେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଠାକୁରାଣୀ ଯାତ୍ରା ଉପଲକ୍ଷେ କଉଡିଆ ଗ୍ରାମ ଏବଂ ନଳିହାଡ ଗ୍ରାମର ରାମାୟଣ ନାଟକ ମଧ୍ୟରେ ପ୍ରତିଯୋଗିତା ଚାଲୁଥିଲା । ଏହି ସମୟରେ ରାମାୟଣ ନାଟକ କରୁଥିବା କଉଡିଆ ଗ୍ରାମର କିନ୍ନର ମାନଙ୍କୁ ହଠାତ୍ ଆସି ବିପରୀତ ଦଳର କିନ୍ନର ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନାଳିହାଡ ଗ୍ରାମରେ ଅଭିନୟ କରୁଥିବା ୨୦ ରୁ ଉର୍ଦ୍ଧ୍ୱ କିନ୍ନର ଆସି କଉଡିଆ ଗ୍ରାମର କିନ୍ନର ମାନଙ୍କୁ ଆକ୍ରମଣ କରିଥିଲେ । ଗଣ୍ଡଗୋଳ ଭୀଷଣ ରୂପ ନେବା ପରେ ସ୍ଥାନୀୟ ତହସିଲଦାର ଯାଇ ଉଭୟ ଗ୍ରାମର ନାଟକ ବନ୍ଦ କରିଥିଲେ ଏବଂ ଗଣ୍ଡଗୋଳରେ ଆହତ କିନ୍ନରଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ଏନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ପୃଥକ ଏତଲା ଦିଆଯାଇଛି ।
Tags:



