ଅକ୍ଟୋବର ୩୦ ସୁଦ୍ଧା ସିସିଟିଭି ଲଗାଇବାକୁ ସିଏଚଏସଇ ର ନିର୍ଦ୍ଦେଶ
ଭୁବନେଶ୍ୱର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ୨୦୨୭ +୨ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଓ ସୁରକ୍ଷା ବଜାୟ ରଖିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ନଭେମ୍ବର ୩୦ ସୁଦ୍ଧା ସିସିଟିଭି ଲଗାଇବାକୁ କୁହାଯାଇଛି । ପରୀକ୍ଷା କେନ୍ଦ୍ରର ଷ୍ଟ୍ରଙ୍ଗ ରୁମ୍ , ପରୀକ୍ଷା ହଲ୍, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ରୁମ୍ ଏବଂ ଲାବୋରେଟୋରୀଗୁଡ଼ିକରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି ।
ସିସିଟିଭି ନଥିଲେ ପରୀକ୍ଷା କେନ୍ଦ୍ର ବାତିଲ କରାଯିବ! ଏନେଇ ସବୁ ଯୁକ୍ତଦୁଇ କଲେଜକୁ ସିଏଚଏସଇ ର ନିର୍ଦ୍ଦେଶ ରହିଛି । ସିସିଟିଭି ମାଧ୍ୟମରେ ସିଏଚଏସଇ, ଗଣଶିକ୍ଷା ବିଭାଗ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପରୀକ୍ଷା ଉପରେ ନଜର ରଖାଯିବ । ନିର୍ଦ୍ଧାରିତ ସମୟରେ ବ୍ୟବସ୍ଥା ନକଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପରୀକ୍ଷା କେନ୍ଦ୍ର ବାତିଲ ହୋଇପାରେ ବୋଲି ପରିଷଦ ଚେତାବନୀ ଦେଇଛି ।
Tags:




