ଗିରଫ ହୋଇପାରନ୍ତି ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ !

ଗିରଫ ହୋଇପାରନ୍ତି ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ !
Samaya Live News Picture
Published On

ଭୁବନେଶ୍ବର : ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳଙ୍କ ବଢ଼ିଲା ଅଡ଼ୁଆ । ଅନ୍ତରୀଣ ସୁରକ୍ଷା ହଟାଇବା ସହ ସୁଜିତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଫଳରେ ସେ କୌଣସି ମୁହୂର୍ତ୍ତରେ ଗିରଫ ହେବାର ସମ୍ଭାବନା ଦେଖାଦେଇଛି । 

ଗତବର୍ଷ ଚୌଦ୍ୱାର ଜେଲରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହେବା ଏବଂ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ଦସ୍ତଖତ ଜାଲିଆତି କରିବା ନେଇ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ସମୟରେ ସୁଜିତ କୌଣସି ସହଯୋଗ କରିନଥିଲେ କି ଜେଲର ମିନିଟ୍ ବୁକ୍  ଦାଖଲ କରିନଥିଲେ। ବାରମ୍ବାର ରିମାଇଣ୍ଡର ସତ୍ତ୍ୱେ ମିନିଟ୍ ବୁକ୍ ଦାଖଲ ନ କରିବା ନେଇ ପୋଲିସ କୋର୍ଟଙ୍କ ନିକଟରେ ପ୍ରମାଣ ଉପସ୍ଥାପନ କରିଥିଲା । ଗତ ୨୪ ତାରିଖରେ ଆଗୁଆ ଜାମିନ ଆବେଦନର ଶୁଣାଣି ଶେଷ କରି ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ଆବେଦନଟିକୁ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି ।

 

Tags: