୧୨ ଜିଲ୍ଲାରେ ଅଧିକ ବାଲ୍ୟ ବିବାହ
ନବରଙ୍ଗପୁରରେ ସର୍ବାଧିକ ୩୯.୪%
ଭୁବନେଶ୍ୱର : ରାଜ୍ୟରେ ବାଲ୍ୟବିବାହ ବୃଦ୍ଧିକୁ ନେଇ ଆଜି ଗୃହରେ ତଥ୍ୟ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛି ରାଜ୍ୟର ୧୨ ଜିଲ୍ଲା । ଜାତୀୟ ହାର ୨୩.୩% ରହିଥିବା ବେଳେ ଓଡ଼ିଶାର ହାର ୨୦.୫% ରହିଛି। ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ।
ବିଧାୟକ ଅମର ନାୟକ ଓଡ଼ିଶାରେ ବାଲ୍ୟ ବିବାହ ନେଇ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ, ନବରଙ୍ଗପୁରରେ ବାଲ୍ୟ ବିବାହ ହାର ୩୯.୪%, ନୟାଗଡରେ ୩୫.୭%, କୋରାପୁଟରେ ୩୫.୫%, ରାୟଗଡାରେ ୩୩.୨%, ମାଲକାନଗିରିରେ ୩୨.୪%, ମୟୁରଭଞ୍ଜରେ ୩୧.୩%, କେନ୍ଦୁଝରରେ ୨୯%, ଗଜପତିରେ ୨୮.୧%, ବାଲେଶ୍ୱରରେ ୨୬.୪%, ବୌଦ୍ଧରେ ୨୫.୩%, ଅନୁଗୋଳରେ ୨୫% ହାରରେ ବାଲ୍ୟ ବିବାହ ରେକର୍ଡ କରାଯାଇଛି ।
ସମାଜିକ ପ୍ରଥା ଓ ପାରମ୍ପରିକ ଧାରଣା,ଲିଙ୍ଗଭିତ୍ତିକ ବିଷମତା,ଦାରିଦ୍ୟ,ସାମାଜିକ ଅସୁରକ୍ଷା,ଏବଂ କିଶୋରୀମାନଙ୍କ ଶିକ୍ଷାର ଅଭାବ ଭଳି ୫ ଟି ପ୍ରମୁଖ କାରଣ ଥାଇପାରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।



