ଲଘୁଚାପ ମୁକାବିଲା ପାଇଁ ବୈଠକ ଡକାଇଲେ ମୁଖ୍ୟ ଶାସନ ସଚିବ

ଲଘୁଚାପ ମୁକାବିଲା ପାଇଁ ବୈଠକ ଡକାଇଲେ ମୁଖ୍ୟ ଶାସନ ସଚିବ
Samaya Live News Picture
Published On

ଭୁବନେଶ୍ୱର : ବଙ୍ଗୋପସାଗର ରେ ସ୍ପଷ୍ଟ ଭାବରେ ଚିହ୍ନିତ ହେଲା ଲଘୁଚାପ । ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହୋଇପାରେ ଲଘୁଚାପ । ଫଳରେ ଉପକୂଳବର୍ତ୍ତୀ ଲୋକମାନଙ୍କୁ ବାତ୍ୟା ଭୟ ଘାରିଛି । ଆସନ୍ତା ୨୩ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ ବୋଲି IMDର ପୂର୍ବାନୁମାନ କରିଛି । କିନ୍ତୁ କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ, ସେନେଇ ଚୂଡ଼ାନ୍ତ ସୂଚନା ନାହିଁ । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ଠାରୁ ୨୪ ତାରିଖ ଯାଏଁ ସମୁଦ୍ର ଯିବାକୁ ବାରଣ କରାଯାଇଛି । 

ଲଘୁଚାପ ପ୍ରଭାବରେ ମଙ୍ଗଳବାର ଅର୍ଥାତ୍ ୨୨ ତାରିଖରେ ଗଜପତି,ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ହୋଇପାରେ । ୨୩ ତାରିଖ ଅର୍ଥାତ୍ ବୁଧବାର ଦିନ କନ୍ଧମାଳ ଓ ପୁରୀ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ସ୍ଥାନକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସମ୍ଭାବ୍ୟ ବାତ୍ୟାର ନାଁ ‘ଅର୍ଣ୍ଣବ’ ରଖାଯାଇଛି । ଏହି ନାଁଟି ପଡ଼ୋଶୀ ‘ବାଂଲାଦେଶ’ ଦେଇଛି । ମୁକାବିଲା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼ାକିଛନ୍ତି । ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବା ଅବପାତର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ସମୀକ୍ଷା ବୈଠକ କରିଛନ୍ତିରାଜ୍ୟରେ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛିବୈଠକରେ ଏସଆରସିଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀ ଉପସ୍ଥିତ ଥିଲେ । ପ୍ରବଳ ବର୍ଷା ଆଶଙ୍କାରେ ରାଜ୍ୟର ୨୦ଟି ଜିଲ୍ଲାକୁ ହାଇ ଆଲର୍ଟ ଏବଂ ବାକି ୧୦ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଇଏମଡି ଜାରି କରିଥିବା ବୁଲେଟିନ୍ ଅନୁସାରେ, ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଏହା ଓଡିଶା ଆଡକୁ ମୁହାଁଉଛି । ରାଜ୍ୟର ଦକ୍ଷିଣ ଉପକୂଳରେ ଏହା ଲ୍ୟାଣ୍ଡଫଲ୍ କରିପାରେ । ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶାରେ ସ୍ଥଳ ଭାଗ ଛୁଇଁବା ନେଇ ଅଧିକ ସମ୍ବାବନା ରହିଛି । ଗଭୀର ଅବପାତର ରୂପ ନେଇ ସ୍ଥଳଭାଗ ଛୁଇଁବ । 

ଏହାର ପ୍ରଭାବରରେ ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷିବ । ୨୫ ତାରିଖ ଯାଏଁ ଜାରି ରହିବ ଭୀଷଣ ବର୍ଷା । ୨୩ ତାରିଖ ପାଇଁ ୨୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Tags: