ଆସନ୍ତାକାଲି ଘଟଗାଁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଘଟଗାଁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆସନ୍ତାକାଲି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ଗସ୍ତରେ ଯାଇ ମା' ତାରିଣୀଙ୍କ ପରିକ୍ରମା ପ୍ରକଳ୍ପର କରିବେ ଶିଳାନ୍ୟାସ । ଏନେଇ  ଶେଷ ପର୍ଯ୍ୟାୟରେ ପହଂଚିଛି ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ଚରଣ ଗତ ଜୁନ୍ ୨୧ ତାରିଖରେ ମା' ତାରିଣୀଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର ସିବିଆଇ ଅଫିସରେ ହାଜର ହେଲେ ଥାଲାପତି ବିଜୟ

ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ କାର୍ଯ୍ୟ ହେବ। କାଲି ମୁଖମନ୍ତ୍ରୀ ମା' ତାରିଣୀଙ୍କ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ। ପରେ ଘଟଗାଁ ମିନି ଷ୍ଟାଡିୟମରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥର କଡାକଡି କରାଯାଇଛି। 

ସମ୍ବନ୍ଧିତ ଖବର ବିଶ୍ୱ ଦରବାରରେ ଲଜ୍ଜିତ ଆମେରିକା

 

ସମ୍ବନ୍ଧିତ ଖବର ମାସକ ଶିଶୁକନ୍ୟାକୁ ବିକ୍ରି ଅଭିଯୋଗ

Tags: