ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ବର : ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ସନ୍ଧ୍ୟା ୫ଟାରେ  ଅନୁଷ୍ଠିତ ହେବାକୁ ଯାଉଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଉପସ୍ଥିତ ରହିବେ । ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତ ନେଇ ସମୀକ୍ଷା ହେବ । ସମସ୍ତ ଜିଲ୍ଲାର ଏସ୍‌ପି ଭିସି ଜରିଆରେ ଯୋଡି ହେବେ । ସପ୍ତାହକ ମଧ୍ୟରେ ଦ୍ଵିତୀୟ ଥର ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ।

ଶନିବାର ପଶ୍ଚିମବଙ୍ଗରୁ ଫେରିବା ପରେ ଲୋକସେବା ଭବନରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଡିଜିଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ । ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି ।

ସୂଚନାନୁସାରେ, ଆସନ୍ତା ଜୁନ୍ ୧୨ରେ ରାଜ୍ୟ ସରକାରଙ୍କୁ ଦୁଇ ବର୍ଷ ପୂରିବାକୁ ଯାଉଛି । ତେବେ ପ୍ରଥମ ବର୍ଷ ଅପେକ୍ଷା ୨ବର୍ଷରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ଯିବା ଭଳି ଲାଗୁଛି । ଗୋଟିଏ ଗୋଟିଏ ଦିନରେ ୨/୩ଟି ଲେଖା ବେଆଇନ କାମ ସାମ୍ନାକୁ ଆସୁଛି । ଯାହାକୁ ନେଇ ଜନସାଧାରଣଙ୍କ ଉଦବେଗ ପ୍ରକାଶ ପାଉଛି । ଏହାକୁ ନେଇ ରାଜ୍ୟ ସରକାର କଣ ପଦକ୍ଷେପ ସବୁ ଗ୍ରହଣ କରିବେ ସେନେଇ ବୈଠକରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି  ।

 

Tags: