ଆଜି ପଶ୍ଚିମବଙ୍ଗରେ ମାରାଥନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପଶ୍ଚିମବଙ୍ଗ ଗସ୍ତ । ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ସେଠାରେ କରିବେ ମାରାଥନ ପ୍ରଚାର । ଏହି ଗସ୍ତ ସମୟରେ ପଶ୍ଚିମବଙ୍ଗ ସିଆଲଦାରେ ନିର୍ବାଚନୀ ପ୍ରଚାର ମଙ୍ଗ ଧରିବେ । ସେହିପରି ବଗଡାରେ ରୋଡ ଶୋ’କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ରାଜାରହାଟରେ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବରିଷ୍ଠ ନେତାମାନଙ୍କ ସହ ରୁଦ୍ଧଦ୍ଵାର ବୈଠକ କରି ଓଡ଼ିଆ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା କରିବେ ।
ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପରେ ସେଠାରୁ ଓଡ଼ିଶା ଫେରିବେ। ସିଧାସଳଖ ନିଜ ଜନ୍ମ ମାଟି କେନ୍ଦୁଝର ଅଭିମୁଖେ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ନିର୍ବାଚନ ମଣ୍ଡଳୀ ଓ ଜିଲ୍ଲାରେ ଥିବା ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
Tags:



