ଆଜି ୧୧୦୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ରାଜ୍ୟସ୍ତରୀୟ ନିଯୁକ୍ତି ମେଳା । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ ସ୍ଥିତ କୃଷି ଶିକ୍ଷା ସଦନରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୧୦୧ ଜଣଙ୍କୁ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ନିଯୁକ୍ତ ୯୦୬ ଜଣଙ୍କୁ ନୁଯୁକ୍ତି ପତ୍ର ପ୍ରଦାନ କରାଯିବ । ଏଥିସହ ସମବାୟ ବିଭାଗରେ ୧୭ ଜଣ, ଅର୍ଥ ବିଭାଗକେ ୧୦୬ ଜଣ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ୭୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏହି ଅବସରରେ ଶିଶୁ,କିଶୋର ଓ ଯୁବବର୍ଗଙ୍କ ସ୍ବାସ୍ଥ୍ୟ ଓ ଆରୋଗ୍ୟ ସମ୍ପର୍କିତ 'ମାନସିକ ସ୍ବାସ୍ଥ୍ୟ ନିର୍ଦ୍ଦେଶାବଳୀ' ପୁସ୍ତକ ଲୋକାର୍ପିତ କରାଯିବ ।
Tags:




