ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ
Samaya Live News Picture
Published On

ଭୁବନେଶ୍ୱର : ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ମଧ୍ୟ ଗସ୍ତ କରିଛନ୍ତି । ଗସ୍ତ ଅବସରରେ ରାଷ୍ଟ୍ରପତିଙ୍କୁ ଭେଟିବା ସହ ଅନେକ କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି ସୂଚନା ରହିଛି ।

ତେବେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇସାରିବା ପରେ ମନମୋହନ ସାମଲଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ । ରାଜ୍ୟରେ ବିଜେପି ସରକାରକୁ ୨ ବର୍ଷ ପୁରଣ ହେବାକୁ ଥିବାବେଳେ ବର୍ତ୍ତମାନ ଯାଏଁ କେତେକ ମନ୍ତ୍ରୀପଦ ଏବଂ ନିଗମ ପରିଷଦ ପଦ ଖାଲି ପଡିଛି । ଏହାକୁ ନେଇ ସେଠାରେ ପାର୍ଟିର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Tags: