ସାର ଚୋରା ଚାଲାଣ ଓ କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ

ସାର ଚୋରା ଚାଲାଣ ଓ କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
Samaya Live News Picture
Published On

ଭୁବନେଶ୍ୱର : ଖରିଫ ଚାଷ ପୂର୍ବରୁ ସାର ଉପଲବ୍ଧି ଓ ସୁଷମ ବଣ୍ଟନ ର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ସାର ଚୋରା ଚାଲାଣ ଓ କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି।  କଳାବଜାରୀ ପ୍ରମାଣ ମିଳିଲେ ଲାଇସେନ୍ ସ ବାତିଲ୍ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ସମ୍ପର୍କରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୈଠକ କରିଛନ୍ତି । ପ୍ରତ୍ୟେକ ଚାଷୀ ଯେପରି ଆବଶ୍ୟକତା ଅନୁଯାୟୀ ସାର ପାଇବେ, ତାକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୭ଟି ନିର୍ଦ୍ଦେଶ ରହିଛି । ଆଲୋଚନା କରିବାବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୧.୭୭ ଲକ୍ଷ ମେଟ୍ରିକ ଟନ୍‌ ୟୁରିଆ ଓ ୬୦ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ଡିଏପି ସାର ମହଜୁଦ ଅଛି। କଳାବଜାରୀ ଓ ସାର ମହଜୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପାଇକାରୀ ଓ ଖୁଚୁରା ବିକ୍ରେତାଙ୍କ ଗୋଦାମକୁ ସମୟ ସମୟରେ ଯାଞ୍ଚ କରାଯାଉ। ବେନିୟମ ସାର ମହଜୁଦକାରୀଙ୍କ ବିରୋଧରେ ମାମଲା ଦାୟର କରି ସେମାନଙ୍କ ଲାଇସେନ୍‌ସ ବାତିଲ କର। ପଡ଼ୋଶୀ ରାଜ୍ୟକୁ ଯେମିତି ସାର ଚୋରା ଚାଲାଣ ନ ହୁଏ ସେଥିପାଇଁ ପୁଲିସ ଓ କୃଷି ବିଭାଗ ମିଳିତ ଭାବେ ସୀମାନ୍ତରେ ନଜର ରଖନ୍ତୁ। 

ସେହିପରି ପଡ଼ୋଶୀ ରାଜ୍ୟକୁ ଯେପରି ସାର ଚୋରାଚାଲଣ ନହୁଏ ସେଥିପାଇଁ ପୋଲିସ ଓ କୃଷି ବିଭାଗ ମିଳିତ ଭାବେ ସୀମାନ୍ତ ଅଞ୍ଚଳର ଚେକପୋଷ୍ଟ ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଶିଳ୍ପ କ୍ଷେତ୍ରରେ ରେଜିନ୍, ପ୍ଲାଇଉଡ କିମ୍ବା ପଶୁଖାଦ୍ୟ ଶିଳ୍ପକୁ ଚାଷ ପାଇଁ ଉଦ୍ଦିଷ୍ଟ ସବସିଡ୍ ଯୁକ୍ତ ୟୁରିଆ ଚୋରାଚାଲଣ ହେବାର ଆଶଙ୍କା ଥାଏ । ତେଣୁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗୁଡିକ ଏହାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚାୟତ ସ୍ତରରେ ସାରର ଉପଲବ୍ଧତା ଓ ଯୋଗାଣ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ନିରୀକ୍ଷଣ ସମିତି ଗଠନ କରାଯାଉଛି। ଚାଷୀମାନେ ଯେପରି ସରକାରଙ୍କ ସମସ୍ତ ଯୋଜନାର ସୁଫଳ ଠିକ୍ ଭାବେ ପାଇପାରିବେ ସେଥିପାଇଁ ଚାଷୀମାନଙ୍କର ଡିଜିଟାଲ ପଞ୍ଜୀକରଣ କରାଯାଉଛି । ଏହାକୁ ମିଶନ ମୋଡରେ କାର୍ଯ୍ୟକାରୀ କରି ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Tags: