ଭିବିଜି ରାମ ଜି କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍

ଭିବିଜି ରାମ ଜି କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍

ଭୁବନେଶ୍ଵର : ବିଜେପି ପାର୍ଟି ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରେସମିଟ୍। ଭିବିଜି ରାମ ଜି ବିଲ୍ ର ଉପକାରିତା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏକ ମାତ୍ର ଲକ୍ଷ୍ୟ ୨୦୪୭ ସୁଦ୍ଧା ଦେଶକୁ ବିକଶିତ ଭାରତରେ ପରିଣତ କରିବା । ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ଵରାଜ୍ୟ ସ୍ଵପ୍ନକୁ ପୁରା କରିବା ଲକ୍ଷ୍ୟ ନେଇ କରାଯାଇଛି । ପୂର୍ବରୁ ଲାଗୁ ହେଉଥିବା ଯୋଜନା ଗରିବଙ୍କ ନିକଟରେ ପହଞ୍ଚୁ ନଥିଲା । ପୂର୍ବରୁ ଯେପରି ଠକିକି ଟଙ୍କା ଉଠା ଯାଉଥିଲା ଆଉ ତାହା ଚଳିବ ନାହିଁ। ଲୋକଙ୍କ ପାଖରେ ନିଶ୍ଚିତ ରୋଜଗାର ପହଞ୍ଚାଇବାକୁ ସରକାର ଗୁରୁତ୍ଵ ଦେଉଛନ୍ତି । କୌଣସି ରାଜନୈତିକ ଫାଇଦା ଉଠାଇବା ଲକ୍ଷ୍ୟ ନୁହେଁ । ଭିବି ଜି ରାମ ଜି ଆଇନକୁ ନେଇ ବିରୋଧୀ ଦଳ ମାନେ ଅପପ୍ରଚାର କରୁଛନ୍ତି । ସୃଷ୍ଟି ହେଉଥିବା ଭ୍ରାନ୍ତିକୁ ଦୂର କରିବା ଆଜି ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ।

ସମ୍ବନ୍ଧିତ ଖବର ୫ ଜିଲ୍ଲାକୁ ଲଘୁଚାପ ସତର୍କତା

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ୨୦୦୯ରେ ଏହି ଯୋଜନାରେ ମହାତ୍ମା ଗାନ୍ଧିଙ୍କ ନାମ ଯୋଡ଼ା ଯାଇଥିଲା। ୨୦୦୯ ପରଠାରୁ ଏହି ଯୋଜନାର ନାଁ MGNREG (ମନରେଗା) ହୋଇଥିଲା। ମହାତ୍ମା ଗାନ୍ଧିଙ୍କ ନାଁ ଯୋଡ଼ିବା ସତ୍ତ୍ଵେ ସଫଳତା ମିଳିଲାନି। ତେଣୁ ସରକାର ଏହାକୁ ଗୁରୁତର ସହ ନେଇ ଭିବି ଜି ରାମ୍ ଜି ଆଇନ ଆଣିଛନ୍ତି। କୃଷକ ଓ ଶ୍ରମିକଙ୍କ ଅଧିକାର ସୁରକ୍ଷିତ ରଖିବାକୁ ବ୍ୟବସ୍ଥା ହୋଇଛି। ମନରେଗା ମଜୁରୀ ପ୍ରଦାନରେ ବ୍ୟାପକ ଅନିୟମିତତା ରହିଥିଲା। ଗାନ୍ଧିଜୀଙ୍କ ଗ୍ରାମ୍ୟ ସ୍ଵରୋଜଗାର ଲକ୍ଷ୍ୟ ସାକାର କରିବା ଆମର ଉଦ୍ଦେଶ୍ୟ। କୌଣସି ନାଁକୁ ବ୍ୟବହାର କରି ଫାଇଦା ନେବା ଆମ ଉଦ୍ଦେଶ୍ୟ ନୁହେଁ ।

ସମ୍ବନ୍ଧିତ ଖବର ନୂଆଦିଲ୍ଲୀରେ ଓଡିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Tags: