ବାତ୍ୟା ପାଇଁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ବନ୍ଦ ରହିବ

ବାତ୍ୟା ପାଇଁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ବନ୍ଦ ରହିବ
Samaya Live News Picture
Published On

ଭୁବନେଶ୍ୱର: ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ । ସମ୍ଭାବ୍ୟ ବାତ୍ୟା ପାଇଁ ଅକ୍ଟୋବର ୨୬ ତାରିଖ ସୋମବାର ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ।  ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ଅକ୍ଟୋବର ୨୬ ତାରିଖ ସୋମବାର ଦିନ ଭୁବନେଶ୍ୱରର ୟୁନିଟ୍‌-୨ ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଜନଶୁଣାଣି ହେବାର କାର୍ଯ୍ୟକ୍ରମ ଥିଲା । କ୍ୟାପିଟାଲ ନର୍ସରୀ ନିକଟରେ ଥିବା ଏହି ସ୍ଥାନରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ନିଜର ବ୍ୟକ୍ତିଗତ ଓ ସାଧାରଣ ସମସ୍ୟା ଜଣାଇବାର ସୁଯୋଗ ପାଇଥାନ୍ତେ। କିନ୍ତୁ ବାତ୍ୟା ଆଶଙ୍କା ଯୋଗୁଁ ଏଥର କାର୍ଯ୍ୟକ୍ରମ ହେବ ନାହିଁ ।

Tags: