ଆଜି ଠାରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ

ଆଜି ଠାରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ

ଭୁବନେଶ୍ବର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା । ଗଞ୍ଜାମରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଆ ତାରାତାରିଣୀଙ୍କ ପୀଠରୁ ହେବ ଶୁଭାରମ୍ଭ । ମଙ୍ଗଳବାର ଦିନ ୧୧ ଟା ବେଳେ ଗଞ୍ଜାମ ମା' ତାରାତାରିଣୀଙ୍କ ପୀଠରେ ମୁଖ୍ଯମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ସାମୁହିକ କନ୍ଯା ବିବାହ ଯୋଜନା କାର୍ଯ୍ଯକ୍ରମରେ ଯୋଗଦେବେ । ଏହି ଯୋଜନା ଅନ୍ତର୍ଗତ କନ୍ୟାଙ୍କ ବିବାହ ବୟସ ୧୮ ରୁ ୩୫ ବର୍ଷ ଭିତରେ ଥିବା ବେଳେ ବରର ବୟସସୀମା  ୨୧ ରୁ ୩୫ ବର୍ଷ ହେବା ଦରକାର । ଲାଭାର୍ଥୀଙ୍କୁ ୬୦ ହଜାର ଲେଖାଏଁ ଦିଆଯିବ । ବିବାହର ସବୁ ଖର୍ଚ୍ଚ ସରକାର ବହନ କରିବେ । ସାମୁହିକ ବିବାହରେ ପ୍ରାୟ ୨୦୦ ଦମ୍ପତି ଯୋଗଦେବେ ।

ସମ୍ବନ୍ଧିତ ଖବର ବିରଳ କୃଷ୍ଣସାର ମୃଗ ଗଣନା ଆରମ୍ଭ

ସୂଚନାନୁସାରେ,କନ୍ୟାଙ୍କୁ ଉପହାର ପ୍ରଦାନ କରିବା ପାଇଁ ଗତମାସ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଉତ୍କଳିକା ଏହି ଯୋଜନାରେ କନ୍ୟାଙ୍କୁ ହସ୍ତତନ୍ତ ଶାଢ଼ି, ଚୁଡ଼ି, ରୁପାର ପାଉଁଜି ଓ ଝୁଣ୍ଟିଆ ଭଳି ଶୃଙ୍ଗାର ସାମଗ୍ରୀ ସହ ବାସନକୁସନ ଭଳି ଘରୋଇ ବ୍ୟବହାର ସାମଗ୍ରୀ ଯୋଗାଇବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଥିଲେ ।

ସମ୍ବନ୍ଧିତ ଖବର ସୁନ୍ଦରପଦା ବାଣ ବିସ୍ଫୋରଣ ଘଟଣାରେ NIA ତଦନ୍ତ ଜାରି

Tags: