ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ

ମୁଖ୍ୟମନ୍ତ୍ରୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର : ଶାସନ ପ୍ରଣାଳୀକୁ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୫ ନିର୍ଦ୍ଦେଶନାମା । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ପ୍ରଦାନ କଲେ ୧୫ ଦଫା ନିର୍ଦ୍ଦେଶାବଳୀ । ସବୁ ପ୍ରକାର ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ଗୁରୁତ୍ତ୍ୱାରୋପ । ୨୦୩୬ ଓଡିଶାକୁ ଶ୍ରେଷ୍ଠ ୫ ବିକଶିତ ରାଜ୍ୟରେ ପରିଗଣିତ କରିବାକୁ ଲକ୍ଷ । ୨ ବର୍ଷରେ ଖାଲିଥିବା ସରକାରୀ ପଦବୀ ପୂରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ । ଦୁର୍ନୀତିଗ୍ରସ୍ତ ଅପାରଗ,ଦାୟିତ୍ବହୀନ କର୍ମଚାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ନବକୃଷ୍ଣ ଚୌଧୁରୀ ସଂଗ୍ରହାଳୟକୁ ଉତ୍କର୍ଷ ଗବେଷଣା କେନ୍ଦ୍ର କରିବାକୁ ନିର୍ଦେଶ  I ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟନ୍ତ ଗୁରୁତର ସହ ବିଚାର ନିର୍ଦ୍ଦେଶ । ରାଜ୍ୟ ଶିଳ୍ପାୟନର ଦୃତ ବିକାଶ ପାଇଁ ନିର୍ଦ୍ଦେଶାବଳୀରେ ଗୁରୁତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ

ନୂଆବର୍ଷ ଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶାସନ-ପ୍ରଶାସନକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ଯୋଜନା କରିଛନ୍ତି । ନିର୍ଦ୍ଦେଶରେ ଓଡିଶା ଭିଜନ ଡକ୍ୟୁମେଣ୍ଟରେ ଆସନ୍ତା ଦୁଇବର୍ଷ ପାଇଁ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର ସ୍ମାର୍ଟ ମିଟର ଲଗାଇବାକୁ ସରକାରଙ୍କ ଘୋଷଣା

୨୦୩୬ ସୁଦ୍ଧା ୫୦୦ ବିଲିଅନ ଆମେରିକୀୟ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡିଶା ଗଠନ ଏବଂ ଓଡିଶାକୁ ଶ୍ରେଷ୍ଠ ପାଞ୍ଚଗୋଟି ବିକଶିତ ରାଜ୍ୟ ମଧ୍ୟରେ ଆଣିବାକୁ ରାଜ୍ୟକୁ ଏକ ‘ମିଶ୍ରିତ ଅର୍ଥନୀତି’ ଆଡକୁ ନେବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହ ନଲେଜ୍ ଡ୍ରିଭେନ୍ ତଥା ସେବା କ୍ଷେତ୍ରକୁ ଅଧିକ ଗୁରୁତ୍ଵ ଦେଇ ଏହାର ଦ୍ରୁତ ବିକାଶ ପାଇଁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ସମ୍ବନ୍ଧିତ ଖବର ଆମେରିକା କୋର୍ଟରେ ମାଦୁରୋ,କଣ କହିଲେ ଟ୍ରମ୍ପ...?

 

Tags: