ହାଇଦ୍ରାବାଦ ନିବେଶ ସମ୍ମିଳନୀରୁ ଫେରିଲେ ମୁଖ୍ୟମନ୍ତ୍ରୀ

୫ ଶହରୁ ଅଧିକ ଶିଳ୍ପପତିଙ୍କ ସହ ଆଲୋଚନା କରିବା ସହ ୧୩ଟି MOU ସ୍ବାକ୍ଷର

ହାଇଦ୍ରାବାଦ ନିବେଶ ସମ୍ମିଳନୀରୁ ଫେରିଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ୱର : ୨  ଦିନିଆ ବାଣିଜ୍ୟିକ ଗସ୍ତରେ ଯାଇ ହାଇଦ୍ରାବାଦ ନିବେଶ ସମ୍ମିଳନୀରୁ ଫେରିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପହଞ୍ଚିବା ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭବ୍ୟ ସମ୍ବର୍ଧନା ଦିଆଯାଇଛି । ବିମାନବନ୍ଦରରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ନିବେଶ ସମ୍ମିଳନୀରେ ପ୍ରାୟ ୨୫ଟି ବୈଠକ କରିଥିଲେ । ୫ ଶହରୁ ଅଧିକ ଶିଳ୍ପପତିଙ୍କ ସହ ଆଲୋଚନା କରିବା ସହ ୧୩ଟି MOU ସ୍ବାକ୍ଷର କରାଯାଇଛି । ନିବେଶ ସମ୍ମିଳନୀରେ ୬୭ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଦିଆଯାଇଛି । ପ୍ରାୟ ୫୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିମଧ୍ୟରୁ ୨୭ ହଜାର ୬୫୦ କୋଟି ଟଙ୍କାର MOU ସ୍ବାକ୍ଷରିତ ହୋଇଥଲା । ୨୭ ହଜାର ୬୫୦ କୋଟିର MOU ସ୍ବାକ୍ଷର ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ I

Tags: