ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ଭୁବନେଶ୍ୱର: ଆଜି ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ । ଏହି ଅବସରରେ ଓଡ଼ିଶା ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହିତ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତୀ ପରିଡ଼ା ଏବଂଉପସ୍ଥିତ ଅନ୍ୟ ବିଧାୟକ ଗଣ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନିଜସ୍ୱ ଏକ୍ସରେ ପୋଷ୍ଟ କରି କହିଛନ୍ତି ,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ‘ଉତ୍କଳ କେଶରୀ’ ଡ଼ଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ । ଓଡ଼ିଶାର ଉନ୍ନତି ପାଇଁ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ । ରାଜନୈତିକ ଦୃଷ୍ଟିକୋଣ ସହିତ ସାହିତ୍ୟ, ସଂସ୍କୃତି ଏବଂ ସାମାଜିକ ପରିବର୍ତ୍ତନ ପାଇଁ ସେ ଥିଲେ ଏକ ଦୂରଦର୍ଶୀ ନେତୃତ୍ୱ । ତାଙ୍କ ଆଦର୍ଶ ଓ ତ୍ୟାଗ ସର୍ବଦା ଆମକୁ ପ୍ରେରଣା ପ୍ରଦାନ କରୁଥାଉ ।
ସେହିପରି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏକ୍ସରେ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ଲେଖିଛନ୍ତି ସ୍ୱାଧୀନତା ସଂଗ୍ରାମୀ ତଥା ଆଧୁନିକ ଓଡ଼ିଶାର ନିର୍ମାତା ଉତ୍କଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି । ରାଜ୍ୟକୁ ପ୍ରଗତିଶୀଳ କରି ଲୋକଙ୍କ ଜୀବନରେ ଉନ୍ନତି ଆଣିବା ସହ ସାହିତ୍ୟ ଓ ସାମ୍ବାଦିକତାର ମାନ ବୃଦ୍ଧିରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ।


